ଭୁବନେଶ୍ବର: ଓଲିଉଡର ଆଇଟମ କୁଇନଙ୍କ ନିଆରା ଜନ୍ମଦିନ ପାଳନ। ଆଜି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ବା ଆଇଟମ କୁଇନ ବିଦୁସ୍ମିତା ଦାସ ମନ୍ତ୍ରୀ ନିଜ 32ତମ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରିଛନ୍ତି । ଏଥର ନିଜ ଜନ୍ମଦିନକୁ କିଛି କିଛି ଭିନ୍ନ ଅନ୍ଦାଜରେ ପାଳନ କରିଛନ୍ତି ଏହି ଅଭିନେତ୍ରୀ ।
ବିଦୁସ୍ମିତା@32: ଜନ୍ମଦିନରେ ବାଣ୍ଟିଲେ ପେନ, କଲେ ସଚେତନ - ଓଲିଉଡର ଆଇଟମ କୁଇନ
32 ବର୍ଷରେ ପାଦ ଥାପିଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଦାସ ମନ୍ତ୍ରୀ । ଆଉ ନିଜ ଜନ୍ମଦିନରେ ଜନସାଧାରଣଙ୍କୁ ସଚେତନ କରିବାର ପ୍ରୟାସ କରିଛନ୍ତି ବିଦୁସ୍ମିତା ।
ଫଟୋ ସୌଜନ୍ୟ: ଫେସବୁକ@ବିଦୁସ୍ମିତା ଦାସ ମନ୍ତ୍ରୀ
ଏହି ଅବସରରେ ଟ୍ରାଫିକ ନିୟମ ଲୋକଙ୍କୁ ବୁଝାଇବା ସହ ପୋଲିସ ଅଧିକାରୀଙ୍କ ସହ ମିଶି ରାଜଧାନୀର ରାଜରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମ ମାନିବା ପାଇଁ ସଚେତନ କରାଇଛନ୍ତି। ଅନ୍ୟପଟେ ଲୋକଙ୍କୁ ଟ୍ରାଫିକ ନିୟମ ବୁଝାଇବା ସହ ଗୋଟିଏ ଗୋଟିଏ ପେନ ଲୋକଙ୍କୁ ଉପହାର ଦେଇଛନ୍ତି । ମୁଣ୍ଡରେ ହେଲମେଟ ସହ ଗାଡିର ସବୁ କାଗଜପତ୍ରକୁ ଯଥାଶୀଘ୍ର ପ୍ରସ୍ତୁତ କରିବା ପାଇଁ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ସେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ