ଓଡିଶା

odisha

ETV Bharat / sitara

ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜାମୌଲି ଓ ପରିବାର କୋରୋନା ପଜିଟିଭ - ଏସଏସ ରାଜାମୌଲି

ସମଗ୍ର ଦେଶରେ କୋରୋନା ତାର ପ୍ରଭାବ ବିସ୍ତାର କରିଥିବାବେଳେ, ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ଅଭିନେତା ଓ ଫିଲ୍ମ ନିର୍ମାତା ସମସ୍ତେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ବାହୁବଳୀ ନିର୍ଦ୍ଦେଶକ ରାଜାମୌଲୀ ଓ ତାଙ୍କ ପରିବାର ମଧ୍ୟ ସାମିଲ । ଅଧିକ ପଢନ୍ତୁ...

ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜାମୌଲି କୋରୋନା ପଜିଟିଭ
ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜାମୌଲି କୋରୋନା ପଜିଟିଭ

By

Published : Jul 30, 2020, 10:16 AM IST

ହାଇଦ୍ରାବାଦ: କୋରୋନା କବଜାରେ ବାହୁବଳୀ ନିର୍ଦ୍ଦେଶକ ଏସ.ଏସ.ରାଜାମୌଲି । ପରିବାର ସଦସ୍ୟଙ୍କ ସହ ସେ କୋରୋନା ପଜିଟିଭ ଆସିବା ପରେ ବର୍ତ୍ତମାନ ଘରେ କ୍ବାରେଣ୍ଟାଇନରେ ଥିବା ସେ ଟ୍ବିଟ କରି ଜଣାଇଛନ୍ତି ।

ସେ କହିଛନ୍ତି, "ମୋର ପରିବାର ସଦସ୍ୟ ଏବଂ ମୁଁ କିଛି ଦିନ ପୂର୍ବରୁ ସାମାନ୍ୟ ଜ୍ୱରରେ ପୀଡିତ ଥିଲୁ । ଏହା କମି ଯାଇଥିବା ସତ୍ତ୍ବେ ଆମେ ପରୀକ୍ଷା କରିଥିଲୁ। ଯେଉଁଥିରେ ରିପୋର୍ଟ କୋଭିଡ ପଜିଟିଭ ଆସିଛି।

ପରବର୍ତ୍ତୀ ଟ୍ୱିଟରେ ରାଜାମୌଲି କହିଛନ୍ତି ଯେ, 'ମୁଁ ଏବଂ ମୋ ପରିବାର ଏବେ ସୁସ୍ଥ ଅଛୁ। ତଥାପି, ଆମେ ସମସ୍ତ ସତର୍କତା ଏବଂ ଗାଇଡଲାଇନ ପାଳନ କରୁଛୁ।

କେବଳ ଆଣ୍ଟିବଡି ବିକଶିତ କରିବାକୁ ଅପେକ୍ଷା କରିଛୁ ଯାହା ଦ୍ବାରା ଆମେ ଆମର ପ୍ଲାଜମା ଦାନ କରିପାରିବୁ'।

ମାର୍ଚ୍ଚରେ କୋରୋନା ଭାଇରସ କାରଣରୁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପୂର୍ବରୁ ଡାଇରେକ୍ଟର ମୌଲି ତାଙ୍କର ଆଗାମୀ ଆକ୍ସନ ଡ୍ରାମା 'ରାଇଜ ରୋର ରିଭୋଲ୍ଟ' ବା 3R ଉପରେ କାମ କରୁଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details