ଓଡିଶା

odisha

ETV Bharat / sitara

ମେଡିକାଲରେ ଭର୍ତ୍ତି ହେଲେ ଅର୍ଜୁନଙ୍କ ଗର୍ଭବତୀ ଗାର୍ଲଫ୍ରେଣ୍ଡ - gabrielle demetriu

ଖୁବ ଶୀଘ୍ର ତୃତୀୟଥର ବାପା ହେବାକୁ ଯାଉଛନ୍ତି ହ୍ୟାଣ୍ଡସମ ଅଭିନେତା ଅର୍ଜୁନ ରାମପାଲ । ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲ ବିବାହ ପୂର୍ବରୁ ଗର୍ଭବତୀ ଅଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ

By

Published : Jul 18, 2019, 2:53 PM IST

ମୁମ୍ବାଇ: ଅର୍ଜୁନ ରାମପାଲ ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ଅଛନ୍ତି । କିନ୍ତୁ ନିଜ ଲଭଲାଇଫକୁ ନେଇ ସେ ସବୁବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ବିବାହ ପୂର୍ବରୁ ଗର୍ଭବତୀ ଥିବା ଖବର ଅନେକ ଦିନରୁ ଜୋର ଧରିଛି ।

ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଜଲଦି ଅର୍ଜୁନଙ୍କ ଘରକୁ କୁନି ଅତିଥିର ଆଗମନ ହେବ । କାରଣ ଗାବ୍ରିଏଲଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ବାହାରେ ଅର୍ଜୁନ ଏବଂ ଝିଅ ମାୟରା ଓ ମାହିକାଙ୍କ ସହ ନଜର ଆସିଥିଲେ ।

ନିକଟରେ ଶୁଣିବାକୁ ମିଳୁଥିଲା ଯେ ଗତ ମାସରେ ଗାବ୍ରିଏଲଙ୍କ ପରିବାର ଇଣ୍ଡିଆ ଆସିଥିଲେ । ଏହି ଅବସରରେ ତାଙ୍କ ପିତା ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଅର୍ଜୁନଙ୍କ ସହ ପୁରା ପରିବାର ଲଞ୍ଚ କରୁଥିଲେ ।

ABOUT THE AUTHOR

...view details