ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଯାଦୁ ଦେଖାଇବାରେ ଲାଗିଛି । ଫିଲ୍ମ ପ୍ରଥମ ଦିନରେ ୫୦ କୋଟି ଟଙ୍କା ରୋଜଗାର କରିଛି ଫିଲ୍ମ । ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ରଶ୍ମିକା ମନ୍ଦନା ଅଭିନୟ କରିଛନ୍ତି । କୋରୋନା କାଳରେ ମଧ୍ୟ ଫିଲ୍ମକୁ ମିଳିଛି ଜବରଦସ୍ତ ଓପେନିଂ ।
ବର୍ତ୍ତମାନ ସମସ୍ତଙ୍କ ନଜର RRR ଉପରେ ରହିଥିବା ବେଳେ ଏହାରି ମଧ୍ୟରେ 'ପୁଷ୍ପା' ଫିଲ୍ମକୁ ନେଇ ହେଉଛି ଚର୍ଚ୍ଚା । ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏହାର ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୫୦ କୋଟି ଟଙ୍କା ରୋଜଗାର କରିଛି ବୋଲି ଜଣାପଡ଼ିଛି । ଏହି ଫିଲ୍ମଟି ଗତ ଡିସେମ୍ବର ୧୭ ତାରିଖରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ବିଶ୍ବସ୍ତରରେ ଏହା ୫୦ କୋଟି ରୋଜଗାର କରିଛି ବୋଲି ସୂଚନା ମିଳିଛି ।