ଓଡିଶା

odisha

ଆଜମେରରେ ସୁଟିଂ କରି ହଟହଟା ‘ବାବୁ ଭାଇଜାନ’ ଟିମ

ଆଜମେର ସରିଫ ଦରଘାରେ ସୁଟିଂକୁ ନେଇ ବିବାଦ ଘେରରେ ଫିଲ୍ମ ବାବୁ ଭାଇଜାନ ଟିମ । କ୍ଷମା ମାଗିଲେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ।

By

Published : Aug 29, 2019, 9:14 PM IST

Published : Aug 29, 2019, 9:14 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ‘ବାବୁ ଭାଇଜାନ’ ଫିଲ୍ମ ସୁଟିଂ କରିବାକୁ ଯାଇ ରାଜସ୍ଥାନର ଆଜମେର ସରିଫ ଦରଘାରେ ଫସିଲେ ଓଡିଆ କଳାକାର । ସୁଟିଂ ପାଇଁ ଟିମ ସହ ଅଜମେରର ଦର୍ଘାରେ ପହଞ୍ଚିଥିଲେ ଅଭିନେତା ଅରିନ୍ଦମ ରଏ ଓ ଅଭିନେତ୍ରୀ ଶିବାନୀ ସଙ୍ଗୀତା । କିନ୍ତୁ ସମସ୍ୟାରେ ପଡି ଯାଇଥିଲେ ଷ୍ଟାର କାଷ୍ଟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆହ୍ଲାଙ୍କୁ ଚାଦର ଚଢାଇବା ସହ ଆଶୀର୍ବାଦ ପାଇଁ ଅଜମେର ସରିଫ ଦରଘାରେ ପହଞ୍ଚିଥିଲା ଟିମ । ଆଉ ଏହି ସମୟରେ ଶିବାନୀଙ୍କ ମୁହଁରୁ ଝାଳ ବାହାରୁ ଥିବାରୁ ତାଙ୍କ ସହ ଯାଇଥିବା ମେକ ଅପ ମ୍ୟାନ ଟଚ ଅପ ଦେବାକୁ ଚେଷ୍ଟା କରିଥିଲେ । ମାତ୍ର ଏହି ଫଟୋ ଭାଇରାଲ ହେବା ମାତ୍ରେ ତାଙ୍କୁ ନୋଟିସ ଜାରି କରିଥିଲା ଦରଘା କମିଟି । ସେପଟେ ଏହି ଘଟଣାକୁ ନେଇ କମିଟିକୁ କ୍ଷମା ମାଗିଛନ୍ତି ଶିବାନୀ । ସେ କୌଣସି ସୁଟିଂ କରୁନଥିଲେ ବରଂ ଆଶୀର୍ବାଦ ନେବାପାଇଁ ଆସିଥିବା କହିଛନ୍ତି । ଯଦି ଏହି ଘଟଣା କାହାକୁ ଆଘାତ ଦେଇଛି ସେଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି ।

ଦରଘାରେ ସୁଟିଂ ନକରିବା ପାଇଁ ପ୍ରତିବନ୍ଧକ ଲଗାଇଛି ଆଜମେରର କମିଟି । ଏହା ସତ୍ତ୍ବେ ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ’ର ସୁଟିଂ ସେଠାରେ ଚାଲୁଥିବା ଅଭିଯୋଗ ଆଣିଥିଲା କମିଟି । ଦିଲ୍ଲୀ ଏବଂ ରାଜସ୍ଥାନରେ ଫିଲ୍ମ ‘ବାବୁ ଭାଇଜାନ’ର ସୁଟିଂ ଚାଲିଛି । ତେବେ ରିଲିଜ ପୂର୍ବରୁ ଏପରି ଘଟଣା ନିର୍ମାତାଙ୍କ ଟେନସନ ବଢାଇ ଦେଇଛି ।

ABOUT THE AUTHOR

...view details