ଓଡିଶା

odisha

ETV Bharat / sitara

ରାଷ୍ଟ୍ରୀୟ ମର୍ଯାଦାରେ ସମ୍ପନ୍ନ ହେବ ପୁନିତଙ୍କ ଶେଷକୃତ୍ୟ, ଟ୍ବିଟରରେ ଛୁଟୁଛି ଶ୍ରଦ୍ଧାଞ୍ଜଳି - ମହେଶ ବାବୁ

ହୃଦଘାତରେ ଲୋକପ୍ରିୟ କନ୍ନଡ ଆକ୍ଟର ପୁନିତ ରାଜକୁମାର ଘଟିଛି ବିୟୋଗ । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଅନେକ କଳାକାର ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଅଧିକ ପଢନ୍ତୁ...

ବଢିଲା କାର୍ଯ୍ୟକାଳ: ୩ ବର୍ଷ ପାଇଁ ପୁଣି RBI ଗଭର୍ଣ୍ଣର ହେଲେ ଶକ୍ତିକାନ୍ତ
ବଢିଲା କାର୍ଯ୍ୟକାଳ: ୩ ବର୍ଷ ପାଇଁ ପୁଣି RBI ଗଭର୍ଣ୍ଣର ହେଲେ ଶକ୍ତିକାନ୍ତ

By

Published : Oct 29, 2021, 6:57 PM IST

ହାଇଦ୍ରାବାଦ: ଆଜି ସିନେ ଜଗତକୁ ସ୍ତବ୍ଧ କରି ଆରପାରିକୁ ଚାଲିଯାଇଛନ୍ତି କନ୍ନଡ ଆକ୍ଟର ପୁନିତ ରାଜକୁମାର । ମାତ୍ର ୪୭ ବର୍ଷ ବୟସରେ ତାଙ୍କର ହୃଦଘାତରେ ଘଟିଛି ମୃତ୍ୟୁ । ଏତେ ଫିଟ ଥାଇ ମଧ୍ୟ ଏପରି ହଠାତ ତାଙ୍କର ମୃତ୍ୟୁ ପରେ ରାଜନେତାଙ୍କଠୁ ଆରମ୍ଭ କରି ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠୁ ଆରମ୍ଭ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଅଭିନେତା ମହେଶ ବାବୁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ସେପଟେ ପୁନିତଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯାଦାରେ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ ପୁନିତ ଜଣେ ପ୍ରତିଭାବାନ ଅଭିନେତା ଥିଲେ । ତାଙ୍କର କାମ ପ୍ରତି ଥିବା ଭଲପାଇବା ଓ ନିଷ୍ଠାକୁ ଆଗାମୀ ଯୁବପିଢି ମନେ ପକାଇବେ ବୋଲି କହିଛନ୍ତି ମୋଦି । ଏହାସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେପଟେ ବସଭରାଜ ବୋମାଇ ମଧ୍ୟ ଅଭିନେତାଙ୍କ ନିଷ୍ଠାକୁ ମନେ ପକାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ ୟେଦୁରପ୍ପା ମଧ୍ୟ ଟ୍ବିଟ କରି ନିଜର ଶୋକ ପ୍ରକାଶ କରିଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ ଟ୍ବିଟ କରି ନିଜର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ, "ପାୱାର ଷ୍ଟାର ପୁନିତଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦାୟକ । ସେ ଲିଜେଣ୍ଡାରୀ ଆକ୍ଟର ତଥା କନ୍ନଡ ଷ୍ଟାର ରାଜକୁମାର ଆଭରଗାଲଙ୍କ ପୁତ୍ର ଥିଲେ । ବହୁ ଦଶନ୍ଧି ଧରି ଆମ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା । ତେବେ ଏହା ଏକ ବ୍ୟକ୍ତିଗତ କ୍ଷତି" ବୋଲି ସେ ଟ୍ବିଟରେ ଲେଖିଛନ୍ତି ।

ଫିଲ୍ମ ଜଗତରୁ ଅନେକ ସୁନାମଧନ୍ୟ କଳାକାର ନିଜ ପରିବାରର ଜଣେ ସଦସ୍ୟଙ୍କୁ ହରାଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତେଲୁଗୁ ଆକ୍ଟର ମହେଶ ବାବୁ ଶୋକବ୍ୟକ୍ତ କରି ଲେଖିଛନ୍ତି ଯେ. "ପୁନିତଙ୍କ ମୃତ୍ୟୁ ଖବର ଶୁଣି ସେ ହତବାକ୍‌ ସହିତ ଦୁଃଖିତ । ସେ ଜଣେ ନମ୍ର ବ୍ୟକ୍ତି ଥିଲେ । " ଏହାସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ୟତମ କଳାକାର ଧନୁଷ ଓ ଜୁନିଅର NTR ମଧ୍ୟ ପୁନିତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

ଆକ୍ଟର ପୁନିତଙ୍କ ଅକାଳ ବିୟୋଗ: ଟ୍ବିଟ କରି ଶୋକ ପ୍ରକାଶ କଲେ ରାଜନେତା, କଳାକାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details