ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏଯାବତ କେହି ଭୁଲି ନାହିଁନ୍ତି । ଇତିମଧ୍ୟରେ ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଦେଇଛି । ମରାଠୀ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଆଶୁତୋଷ ଭାକରେ ଆତ୍ମହତ୍ୟା କରିଛନ୍ତି । 32 ବର୍ଷୀୟ ଆଶୁତୋଶ ମହାରାଷ୍ଟ୍ରର ନାନ୍ଦେଡ ସ୍ଥିତ ନିଜ ନିବାସରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଯାବତ ତାଙ୍କ ଆତ୍ମହତ୍ୟା କାରଣ ସାମ୍ନାକୁ ଆସିନାହିଁ ।
ବର୍ତ୍ତମାନ ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପରିବାର ସଦସ୍ୟ । ସେ ଏପରି ପଦକ୍ଷେପ କାହିଁକି ନେଇଛନ୍ତି ଘର ଲୋକେ ମଧ୍ୟ ଜଣାନାହିଁ । ଏଯାବତ ଯେଉଁ ସୂଚନା ସାମ୍ନାକୁ ଆସିଛି, ସେଥିରେ କୁହାଯାଇଛି ସେ କିଛି ଦିନରୁ ଡିପ୍ରେସନରେ ଥିଲେ ।