ଓଡିଶା

odisha

ETV Bharat / sitara

ଆନ୍ଦୋଳନକାରୀ ଡାକ୍ତରଙ୍କ ସପକ୍ଷରେ ଅଭିନେତ୍ରୀ ଜାଏରା

ଦେଶର ବିଭିନ୍ନ ସ୍ପର୍ଶକାତର ମାମଲାର ବିଭିନ୍ନ ସେଲିବ୍ରିଟି ନିଜ ମତ ରଖୁଥିବା ବେଳେ ପଶ୍ଚିମବଙ୍ଗ ଡାକ୍ତରଙ୍କୁ ମାଡ ମରା ଘଟଣାରେ ଚୁପ ଅଛନ୍ତି । ଏହି ସମୟରେ ମୁହଁ ଖୋଲିଛନ୍ତି କମ ବର୍ଷୀୟ ଅଭିନେତ୍ରୀ ଜାଏରା ୱାସିମ ।

By

Published : Jun 15, 2019, 2:21 PM IST

Updated : Jun 15, 2019, 2:27 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଓ

ହାଇଦ୍ରାବାଦ: ପଶ୍ଚିମବଙ୍ଗରେ ଦୁଇ ଡାକ୍ତରଙ୍କୁ ମାଡ ଘଟଣା ପରେ ଦେଶରେ ଦେଖାଦେଇଛି ଆନ୍ଦୋଳନ । ପ୍ରାୟ 700 ଡାକ୍ତର ଇସ୍ତଫା ଦେବା ସହ ଜୁନିୟର ଡାକ୍ତର ଆଜକୁ 5 ଦିନ ହେବ ଆନ୍ଦୋଳନରେ ବସିଛନ୍ତି । ଅଧିକାଂଶ ରାଜ୍ୟର ଡାକ୍ତର ଏହାକୁ ସମର୍ଥନ ଜଣାଇଛନ୍ତି।

ଡାକ୍ତରଙ୍କୁ ସୁରକ୍ଷା ଦାବି ନେଇ ଜୋର ଧରିଛି ଆନ୍ଦୋଳନ । ତେବେ ଏହି ମାମଲାରେ ନିଜ ମତ ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ ଜାଏରା ୱାସିମ। ଡାକ୍ତରଙ୍କ ଆନ୍ଦୋଳନ ଦୁଃର୍ଭାଗ୍ୟଜନକ ବୋଲି କହିଛନ୍ତି ଜାଏରା । ଏହାସହ ମିଡିଆକୁ ଅଧିକରୁ ଅଧିକ କଭରିଂ କରିବାକୁ କହିବା ସହ ଏହାକୁ ରାଷ୍ଟ୍ରୀୟ ଦାବି ବୋଲି ଗ୍ରହଣ କରାଯାଉ ବୋଲି ମଧ୍ୟ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଓ

ପ୍ରକାଶଥାଉକି, କୋଲକାତାର ଏସଏସକେଏମ ଡାକ୍ତରଖାନାର ଦୁଇ ଡାକ୍ତରଙ୍କୁ ମାଡ ମରାଯାଇଥିଲା । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରାଯାଇଥିଲା ମାତ୍ର ମମତା ଓଲଟି ଡାକ୍ତରଙ୍କୁ ଚେତାବନୀ ଦେଇଥିଲେ। ଏହାପରେ ଆନ୍ଦୋଳନ ଜୋର ଧରିଛି ଓ ଦେଶର ବିଭିନ୍ନ ଭାଗରେ କାର୍ଯ୍ୟରତ ଡାକ୍ତର ଏହାର ସମର୍ଥନରେ ବାହାରିଛନ୍ତି ।

Last Updated : Jun 15, 2019, 2:27 PM IST

ABOUT THE AUTHOR

...view details