ଓଡିଶା

odisha

ETV Bharat / sitara

ପଙ୍ଗପାଳ ଆତଙ୍କ ଟ୍ବିଟ: ସାମ୍ନାକୁ ଆସିଲା ଜାୟରାଙ୍କ ପ୍ରତିକ୍ରିୟା

ପୁଣିଥରେ ଚର୍ଚ୍ଚାରେ ଜାୟରା । ଏଥର ସେ କାନାଡିଆନ ସାମ୍ବାଦିକଙ୍କୁ କଡା ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Jun 2, 2020, 2:57 PM IST

ମୁମ୍ବାଇ: ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରି ପୁଣି ଚର୍ଚ୍ଚାର ବିଷୟ ପାଲଟିଥିଲେ ଦଙ୍ଗଲ ଗାର୍ଲ ଜାୟରା ୱାସୀମ । ସେ ନିକଟରେ ପାକିସ୍ତାନ ମାଧ୍ୟମରେ ଭାରତକୁ ଆସିଥିବା ପଙ୍ଗପାଳ ବିଷୟରେ ଏକ ଟ୍ବିଟ କରି ସମାଲୋଚନାର ଶିକାର ହୋଇଥିଲେ । ସେ ଟ୍ବିଟରେ ଲେଖିଥିଲେ, ‘ପଙ୍ଗପାଳର ବିପର୍ଯ୍ୟୟ ହେଉଛି ମଣିଷର ମନ୍ଦ କାର୍ଯ୍ୟର ଫଳାଫଳ ।’ ଖାଲି ଏତିକି ନୁହେଁ ସେ ପଙ୍ଗପାଳର ଆକ୍ରମଣକୁ ଆଲ୍ଲାହାଙ୍କ ବିନାଶ ସହିତ ମଧ୍ୟ ତୁଳନା କରିଥିଲେ। ।

ଯାହା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ରାଗ ତାଙ୍କ ଉପରେ ବଢିଯାଇଥିଲା । ଏହି ମାମଲା ବଢିବାରୁ ସେ ନିଜ ଟ୍ବିଟର ଓ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଥିଲେ । ଏବେ ପୁଣିଥରେ ଏହି ମାମଲାରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବର୍ତ୍ତମାନ ତାଙ୍କୁ ଜଣେ କାନାଡିଆନ ସାମ୍ବାଦିକ ଟାର୍ଗେଟ କରିଛନ୍ତି । ତାରକ ଫତହ ଟ୍ବିଟ କରି ଲେଖିଛନ୍ତି ଯେ ଭାରତୀୟ ମୁସଲିମ ଅଭିନେତ୍ରୀ ଜାୟରା ୱାସୀମ ନିଜ ଦେଶର ଲୋକଙ୍କ ବିଷୟରେ ଭୁଲ ଲେଖିଛନ୍ତି । ସେ ପଙ୍ଗପାଳ ଆତଙ୍କକୁ ଲୋକଙ୍କ ସହ ତୁଳନା କରିଥିଲେ ।

ସେପଟେ ତାରକଙ୍କ ଟ୍ବିଟର ଜବାବ ଦେଇ ଜାୟରା ଲେଖିଛନ୍ତି, ‘ମୋର ଶବ୍ଦ ଭୁଲ ଭାବରେ ନିଆଯାଇଛି | ଏହି ଶବ୍ଦଗୁଡ଼ିକ ସହିତ ତୁମେ ମୋର ଭଲ କିମ୍ବା ଖରାପ ଚିନ୍ତାଧାରା ସ୍ଥିର କରିପାରିବ ନାହିଁ । ମୁଁ ଏ ବିଷୟରେ ତୁମକୁ ବୁଝାଇବି ନାହିଁ । ଦୁନିଆ ଏକ ଦୁଃଖଦ ସମୟ ଦେଇ ଗତି କରୁଛି । ପୂର୍ବରୁ ଏଥିରେ ଘୃଣା ବ୍ୟାପି ଯାଇଛି । ଆମେ ଏଥିରେ ଅଧିକ ଘୃଣା ଯୋଡିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ, ଆମେ କେବଳ ତାହା କରିପାରିବା । ମୁଁ ଆଉ ଜଣେ ଅଭିନେତ୍ରୀ ନୁହେଁ ଯେ ମୋ କଥାକୁ ସବୁବେଳେ ବିବାଦରେ ଟଣାଯିବ ।’

ABOUT THE AUTHOR

...view details