ମୁମ୍ବାଇ: 2019 ଆଉ 5 ଦିନ ପରେ ସମସ୍ତଙ୍କୁ ଅଲବିଦା କହିବାକୁ ଯାଉଛି । ଚଳିତ ବର୍ଷ ଅନେକ ଲୋକଙ୍କ ପାଇଁ ଖାସ୍ ମଧ୍ୟ ସାବ୍ୟସ୍ତ ହୋଇଛି । 2019 ନିଜ ପୁରୁଣା ସ୍ମୃତିକୁ ଛାଡି ଚାଲିଯିବ । ଏବର୍ଷ ଅନେକ ବ୍ଲକବଷ୍ଟର ଫିଲ୍ମ ସିଲଭର ସ୍କ୍ରିନରେ ଶାନଦାର ପ୍ରଦର୍ଶନ କରି ଦର୍ଶକଙ୍କ ମନ କିଣିଥିଲା । ଏହି କ୍ରମରେ ‘ଗଲି ବୟ’, ‘କବୀର ସିଂ’, ‘ଦବଙ୍ଗ 3’ ଭଳି ଫିଲ୍ମ ଦର୍ଶକଙ୍କୁ ନିଜ ଦିୱାନା କରିଦେଇଛି । ଯଦି ଆପଣ ବଲିଉଡ ପ୍ରେମୀ ଏବଂ ଗୀତ ଶୁଣିବାରେ ସୌଖନୀ ମଧ୍ୟ । ତାହାଲେ ଆସନ୍ତୁ ଏକ ନଜର ପକାଇବା 2019ର ବ୍ଲକବଷ୍ଟର ଗୀତ ଉପରେ ।
‘ବେଖୟାଲି ମେଁ’
ସର୍ବପ୍ରଥମେ ଅଛି କ୍ୟୁଟ ଅଭିନେତା ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ । ଏହି ଫିଲ୍ମ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଫିଲ୍ମର କାହାଣୀ ସହ ଦର୍ଶକଙ୍କୁ ଏହାର ଗୀତ ଅଧିକ ପସନ୍ଦ ଆସିଛି । ସବୁଠୁ ଅଧିକ ଫିଲ୍ମର ଇମୋଶନାଲଭରା ଗୀତ ‘ବେଖୟାଲି ମେଁ’ ଦର୍ଶକଙ୍କୁ ଇମୋସନାଲ କରିଦେଇଥିଲା । ‘କବୀର ସିଂ’ ସାଉଥର ସୁପରହିଟ୍ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ଫିଲ୍ମ । ଏହି ଫିଲ୍ମରେ ଶାହିଦ ଓ କିୟାରାଙ୍କ ବ୍ୟତୀତ ସୁରେଶ ଓବରାୟ, କାମିନୀ କୌଶଲ, ଅର୍ଜୁନ ବାଜୱା, ସୋହମ ମଜୁମଦାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
‘ଅପନା ଟାଇମ ଆଏଗା’
‘ଗଲି ବୟ’ରେ ରଣବୀର ସିଂଙ୍କୁ ରାପର ଅନ୍ଦାଜରେ ଦେଖି ଖୁସି ହୋଇଯାଇଥିଲେ ଦର୍ଶକ । ସେହିପରି ଫିଲ୍ମର ଗୀତ ‘ଅପନା ଟାଇମ ଆଏଗା’ ସବୁଠୁ ଅଧିକ ପପୁଲାର ହୋଇଥିଲା ଏବର୍ଷ । ଏହି ଗୀତର ଯାଦୁ ଦର୍ଶକଙ୍କ ଉପରେ ଏତେ ଚଢିଥିଲା ଯେ ସେମାନେ ‘ଅପନା ଟାଇମ ଆଏଗା’ ଲେଖା ଟି-ସର୍ଟ ପିନ୍ଧିବା ଆରମ୍ଭ କରିଦେଇଥିଲେ । ‘ଗଲି ବୟ’ର ଦମଦାର କାହାଣୀ ପାଇଁ 2019 ଓସ୍କାର ପୁରସ୍କାରରେ ପୁରସ୍କୃତ ହେବା ପାଇଁ ଚନୟ ହୋଇଥିଲା ।