ନୂଆଦିଲ୍ଲୀ: ବିଶ୍ୱ ଫଟୋଗ୍ରାଫି ଦିବସ ପ୍ରତିବର୍ଷ ଅଗଷ୍ଟ 19ରେ ପାଳନ କରାଯାଏ । ଏହି ବିଶେଷ ଦିନରେ ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ତାଙ୍କ ସୋସିଆଲ ମିଡିଆରେ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି ।
ଫଟୋ ଗୁଡିକରେ, ପୃଥିବୀ, ଆକାଶ, ଗଛ, ଲତାର ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ପୋଷ୍ଟରରେ କ୍ୟାପସନ୍ ଦିଆ ଲେଖିଛନ୍ତି, ଏହି ସବୁ ଫଟୋ ମୁଁ ଉଠାଇଛି । ଏହି ଫଟୋ ମାଧ୍ୟମରେ ମୁଁ ମୋର କିଛି ପ୍ରିୟ ସ୍ମୃତିକୁ ଉପଭୋଗ କରୁଛି । ଫଟୋଗ୍ରାଫି ଦ୍ବାରା ତୁମେ ତୁମର ଭଲପାଇବାକୁ ପ୍ରତିଛବିରେ କାବୁ କରିପାରିବ । ମୋର କିଛି ପ୍ରିୟ ଫଟୋ । # ୱାର୍ଲ୍ଡ ଫଟୋଗ୍ରାଫି ଡେ ।
ଦିଆଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଥପଡ’ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଦିଆ ଫିଲ୍ମ‘ରେହନା ହେ ତେରେ ଦିଲ୍ ମେନ୍’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ‘ରେହନା ହେ ତେରେ ଦିଲ୍ ମେନ୍’ର ଏକ ସିକ୍ୱେଲ୍ ପ୍ରସ୍ତୁତ ହେବାର ଖବର ଶୁଣିବାକୁ ମିଳୁଛି ।
TAGGED:
ବିଶ୍ବ ଫଟୋଗ୍ରାଫି ଦିବସ