ଓଡିଶା

odisha

ETV Bharat / sitara

ବଲିଉଡରେ ଖୁବ୍ ଶୀଘ୍ର ମହିଳା ଆଧାରିତ ଆଉ 5ଟି ଫିଲ୍ମ

ଖୁବ୍ ଶୀଘ୍ର ପୁଣି ବଲିଉଡରେ ଦେଖିବାକୁ ମିହିଳା ଆଧାରିତ ଆଉ 5ଟି ଫିଲ୍ମ । ଏହି କ୍ରମରେ ଫିଲ୍ମ ଗୁଡିକ ହେଲା 'ସାଇନା ନେହୱାଲ ବାୟୋପିକ', 'ଗୁଞ୍ଜନ ସକ୍ସେନା ବାୟୋପିକ', 'ଛପାକ', 'ଦ ସ୍କାଇ ଇଜ ପିଙ୍କ', 'ସାଣ୍ଡ କୀ ଆଂଖ'

By

Published : Mar 8, 2019, 5:12 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ବଲିଉଡରେ ମହିଳାଙ୍କ ଉପରେ ଆଧାରିତ ଅନେକ ଫିଲ୍ମ ତିଆରି ହୋଇସାରିଛି । ଏହି କ୍ରମରେ 'ମଦର ଇଣ୍ଡିଆ', 'ଦାମିନୀ', 'ଲଜ୍ଜ୍ୟା', 'ମମ' ଏବଂ 'ପିଙ୍କ' ବ୍ୟତୀତ ଆହୁରି ଅନେକ ଫିଲ୍ମ ସାମିଲ ଅଛି । ସବୁ ଫିଲ୍ମର କାହାଣୀ ପରସ୍ପର ଠାରୁ ଭିନ୍ନ ହେବା ସହ ପ୍ରଭାବଶାଳୀ ଫିଲ୍ମର ମେସେଜ ମଧ୍ୟ ସମାଜକୁ ଦେଇଛି । ଯାହା ସମାଜରେ ସିଧା ରୂପେ ଲୋକଙ୍କ ସହ ସମ୍ପୃକ୍ତ ହୋଇଛି । ତେବେ ଆସନ୍ତୁ ଜାଣିବା ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ 5ଟି ଏପରି ଫିଲ୍ମ ବିଷୟରେ, ଯାହା ଖୁବ୍ ଶୀଘ୍ର ବକ୍ସ ଅଫିସରେ ଆସିବାକୁ ଯାଇଛି ।

ସାଇନା ନେହୱାଲ ବାୟୋପିକ

ବ୍ୟାଡମିଣ୍ଟନ ଦୁନିଆରେ ନିଜ ପ୍ରତିଭା ଜରିଆରେ ସାଇନା ନେହୱାଲ ପୁରା ବିଶ୍ବରେ ନିଜ ନାମର ପତାକା ଅନ୍ତରାଷ୍ଟ୍ରୀୟ ରୂପେ ଉଡାଇସାରିଛନ୍ତି । ନେହୱାଲଙ୍କ ଫିଲ୍ମ ନିର୍ମାଣ ଟି-ସିରିଜର ଭୂଷଣ କୁମାର କରୁଛନ୍ତି । ଯେଉଁଥିରେ ସାଇନାଙ୍କ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମ ପାଇଁ ଶ୍ରଦ୍ଧା, ସାଇନାଙ୍କ ଠାରୁ ବ୍ୟାଡମିଣ୍ଟନ ଖେଳିବାର ଟିପ୍ସ ମଧ୍ୟ ନେଇଛନ୍ତି । ଏହା ପୂର୍ବରୁ ମହିଳା ଖେଳାଳୀ ଜୀବନ ଉପରେ 'ମେରୀ କମ' ମଧ୍ୟ ତିଆରି ହୋଇସାରିଛି । ଫିଲ୍ମରେ ପ୍ରିୟଙ୍କା ଚୋପ୍ରା, ମେରୀ କମଙ୍କ ଭୂମିକାରେ ନଜର ଆସିଥିଲେ ।

ଗୁଞ୍ଜନ ସକ୍ସେନା ବାୟୋପିକ

ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ଏକ ବାୟୋପିକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ଉପରେ ଆଧାରିତ । ଗୁଞ୍ଜନ 1999ରେ କାରଗିଲ ଯୁଦ୍ଧରେ ଯୋଗ ଦେଇଥିଲେ । ସେହି ସମୟରେ ସେ କାରଗିଲ ଗର୍ଲ ନାମରେ ମଧ୍ୟ ଜଣାଯାଇଥିଲେ ।

ଛପାକ

ଅଭିନେତ୍ରୀ ଦୀପିକା ପାଦୁକୋନ ଏସିଡ ଆଟାକ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ବାୟୋପିକ 'ଛପାକ' ସାଇନ କରିଛନ୍ତି । କୁହାଯାଇଛି ଯେ ଦୀପିକା ଏହି ସର୍ତ୍ତରେ ଫିଲ୍ମ ସାଇନ କରିଛନ୍ତି କି ଫିଲ୍ମ ଲାଭରେ ମଧ୍ୟ ତାଙ୍କର ଭାଗିଦାରୀ ରହିବ ।

ଦ ସ୍କାଇ ଇଜ ପିଙ୍କ

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫିଲ୍ମ 'ଦ ସ୍କାଇ ଇଜ ପିଙ୍କ' ମଧ୍ୟ ମହିଳା ଉପରେ ଆଧାରିତ ଫିଲ୍ମ । ଏହି ଫିଲ୍ମ ଜରିଆରେ ପାଖାପାଖି 3 ବର୍ଷ ପରେ ହିନ୍ଦୀ ସିନେମାଜଗତକୁ କମବ୍ୟାକ କରିବାକୁ ଯାଉଛନ୍ତି ପ୍ରିୟଙ୍କା । ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତୀତ ଜାୟରା ୱସୀମ ଏବଂ ଫରହାନ ଅଖତର ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଫିଲ୍ମରେ କାହାଣୀ ଆୟଶା ଚୌଧୁରୀ ଉପରେ ଆଧାରିତ । ଯିଏ plmonary fibrosisଲ ରୋଗରେ ପୀଡିତ ଥିଲେ । ଯିଏ ମାତ୍ର 18 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।

ସାଣ୍ଡ କୀ ଆଂଖ

ଅଭିନେତ୍ରୀ ଭୂମି ପେଡନେକର ଏବଂ ତାପସୀ ପନ୍ନୁଙ୍କ 'ସାଣ୍ଡ କୀ ଆଂଖ' ଫିଲ୍ମ ମଧ୍ୟ ଏହି ତାଲିକାରେ ସାମିଲ ଅଛି । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ସୁଟର ଦାଦୀ ଚାନ୍ଦ୍ରୋ ତୋମରଙ୍କ ଓ ପ୍ରକାଶ ତୋମରଙ୍କ ଜୀବନ ଉପରେ ଆଧାରିତ ।

For All Latest Updates

ABOUT THE AUTHOR

...view details