ଓଡିଶା

odisha

ETV Bharat / sitara

ମିଲିନ୍ଦଙ୍କୁ ପିତା ଡାକନ୍ତି ପତ୍ନୀ ଅଙ୍କିତା !

ଏକ ପ୍ରମୋଶନାଲ ଭିଡିଓରେ ନଜର ଆସିଲେ ବଲିଉଡର ହଟ୍‌ କପଲ ମିଲିନ୍ଦ ସୋମନ ଓ ଅଙ୍କିତା । ଯେଉଁଥିରେ ପରସ୍ପର ବିଷୟରେ ଅନେକ କିଛି ବଖାଣିଥିଲେ ଉଭୟେ ।

By

Published : Sep 14, 2019, 1:49 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ନିଜ ଫିଲ୍ମଠାରୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ନିଜଠାରୁ ବୟସରେ ଦୁଇ ଗୁଣା ସାନ ଝିଅ ଅଙ୍କିତା କୋନୱାରଙ୍କୁ ବିବାହ କରି ନିକଟରେ ପୁଣି ଚର୍ଚ୍ଚାକୁ ଆସିଥିଲେ ମିଲିନ୍ଦ । ବିବାହ ପରେ ଦୁଇ ଜଣଙ୍କ ବୟସର ପାର୍ଥକ୍ୟକୁ ନେଇ ସବୁବେଳେ ସୋସିଆଲ ମିଡିଆରେ ୟୁଜର୍ସ କମେଣ୍ଟ ମଧ୍ୟ କରୁଥିବାର ନଜର ଆସନ୍ତି ।

ଇତିମଧ୍ୟରେ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଏହି ଯୋଡି । ଏଥର ମିଲିନ୍ଦ କହିଛନ୍ତି କି ତାଙ୍କ ପତ୍ନି ଅଙ୍କିତା ତାଙ୍କୁ ବେଳେ ବେଳେ ପିତା ଡାକନ୍ତି । ଯାହାଶୁଣି ସମସ୍ତେ ଆଶ୍ଚର୍ଯ୍ୟ । କଥାଟି ହେଲା କି ସୋସିଆଲ ମିଡିଆରେ ବର୍ତ୍ତମାନ ମିଲିନ୍ଦ ଓ ଅଙ୍କିତାଙ୍କ ଗୋଟିଏ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମିଲିନ୍ଦ ଓ ଅଙ୍କିତା ପରସ୍ପର ବିଷୟରେ ଅନେକ କଥାର ଖୁଲାସା କରୁଥିବାର ଦେଖାଯାଉଛନ୍ତି ।

ଏହା ଏକ ପ୍ରମୋଶନାଲ ଭିଡିଓ । ଏଥିରେ ଅଙ୍କିତା ଓ ମିଲିନ୍ଦ ୟୁଜର୍ସଙ୍କ କମେଣ୍ଟ ପଢି ନିଜର ଜବାବ ଦେଇଛନ୍ତି । ଏହି କ୍ରମରେ ଗୋଟିଏ କମେଣ୍ଟରେ ଲେଖାଥିଲା କି ଅଙ୍କିତା, ମିଲିନ୍ଦଙ୍କୁ ପିତା କହିବା କଥା । ଯାହା ଉପରେ ମିଲିନ୍ଦ କହିଥିଲେ କି ସେ କେବେ କେବେ ତାଙ୍କୁ ପିତା ଡାକନ୍ତି । ଦୁଇ ଜଣଙ୍କ ବୟସର ପାର୍ଥକ୍ୟକୁ ନେଇ ମିଲିନ୍ଦ କହିଛନ୍ତି ଦୁଇ ଜଣଙ୍କ ମଧ୍ୟରେ 26 ବର୍ଷ ଅନ୍ତର ଅଛି । ଯେତିକି ତାଙ୍କ ମା' ଆଉ ତାଙ୍କ ମଧ୍ୟରେ ।

ପ୍ରକାଶ ଥାଉ କି, ଏହି ଭିଡିଓ #FreeToLove କ୍ୟାମ୍ପେନ ପାଇଁ ସୁଟ୍‌ କରାଯାଇଛି । ଯେଉଁଥିରେ ୟୁଜର୍ସଙ୍କ କମେଣ୍ଟର ଅନେକ ଉତ୍ତର ଦେଇଛନ୍ତି ଏହି ଯୋଡି ।

ABOUT THE AUTHOR

...view details