ନୂଆଦିଲ୍ଲୀ: କିଙ୍ଗ ଖାନ ଶାହରୁଖଙ୍କ ଲାଡଲୀ ସୁହାନା ଖାନ ଚର୍ଚ୍ଚିତ ଷ୍ଟାର କିଡ ମଧ୍ୟରେ ଅନ୍ୟତମ । ସେ ସବୁବେଳେ କୌଣସି ନାଁ କୌଣସି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଡ୍ରେସ ସେନ୍ସ ଠୁ ନେଇ ଫଟୋସୁଟ ସମସ୍ତଙ୍କୁ ଦିୱାନା କରିଥାଏ ।
ଏବେ "କଫି ଓ୍ବିଥ କରଣ " ସିଜିନ-5 ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାହରୁଖ ସୁହାନାଙ୍କ ବୟଫ୍ରେଣ୍ତଙ୍କ ପ୍ରଶ୍ନ ଉପରେ କିଛି ମଜାଦାର ଉତ୍ତର ଦେଇଛନ୍ତି, ଯାହାକୁ ଶୁଣି ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ । ଏହି ଏପିସୋଡରେ ଶାହରୁଖ ଆଲିଆ ଭଟ୍ଟଙ୍କ ସହ ଥିଲେ ।
ସିଜିନ-5ର ଏହି ଏପିସୋଡରେ, କରଣ ଆଲିଆଙ୍କୁ ପଚାରିଥିଲେ ଯେ ତୁମର ପ୍ରଥମ ବୟଫ୍ରେଣ୍ତ ଥିବାବେଳେ ତୁମର ବୟସ କେତେ ଥିଲା ? ଆଲିଆ ଏହାର ଉତ୍ତର ଦେଇ କହିଛନ୍ତି ଯେ, ମୁଁ ସେତେବେଳେ 16 ବର୍ଷର ଥିଲି ।