ଓଡିଶା

odisha

ETV Bharat / sitara

ରିଲିଜ ହେଲା 'ପିଏମ ନରେନ୍ଦ୍ର' ମୋଦି ଦ୍ବିତୀୟ ଟ୍ରେଲର

ମେ 24ରେ ରିଲିଜ ହେବାକୁ ଯାଉଥିବା 'ପିଏମ ମୋଦି' ବାୟୋପିକର ଆଉ ଏକ ଟ୍ରେଲର ରିଲିଜ ହୋଇଛି । ପୂର୍ବରୁ ଏହାର ପ୍ରଥମ ଟ୍ରେଲର ରିଲିଜ ହୋଇଯାଇଥିଲା ।

By

Published : May 21, 2019, 9:28 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

ମୁମ୍ବାଇ: ଲୋକସଭା ନିର୍ବାଚନ ଭୋଟ ଗଣତି ପରେ ଅର୍ଥାତ୍ ମେ 24ରେ ବହୁ ପ୍ରତିକ୍ଷିତ ଫିଲ୍ମ 'ପିଏମ ମୋଦି' ରିଲିଜ ହେବାକୁ ଯାଉଛି । ଇତିମଧ୍ୟରେ ବିବାଦ ଘେରରେ ଥିବା ଅଭିନେତା ବିବେକ ଓବରାୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ପିଏମ ନରେନ୍ଦ୍ର' ମୋଦିର ଆଉ ଏକ ଟ୍ରେଲର ରିଲିଜ ହୋଇଯାଇଛି । ଏଥର ଟ୍ରେଲରରେ ଅନେକ ନୂଆ ଜିନିଷ ଦେଖିବାକୁ ମିଳିଛି । ଏହାସହ ଟ୍ରେଲରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଛି । ଟ୍ରେଲରେ ଜବରଦସ୍ତ ଡାଇଲଗ ମଧ୍ୟ ଶୁଣିବାକୁ ମିଳୁଛି ।

2 ମିନିଟ 12 ସେକେଣ୍ଡର ଏହି ଟ୍ରେଲରରେ ପିଏମ ମୋଦିଙ୍କ ପିଲା ବେଳଠୁ ନେଇ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ କାହାଣୀ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ପୂର୍ବରୁ ଫିଲ୍ମଟି ଏପ୍ରିଲ 12ରେ ରିଲିଜ ହେବାର ଥିଲା । କିନ୍ତୁ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ଫିଲ୍ମ ରିଲିଜ ଉପରେ ବ୍ୟାନ ଲଗାଇଦେଇଥିଲେ । ପରେ ଫିଲ୍ମଟିକୁ ମେ 24ରେ ରିଲିଜ କରିବାକୁ ନିର୍ବାଚନ ଆୟୋଗ ଦ୍ବାରା ଅନୁମତି ମିଳିଛି ।

For All Latest Updates

ABOUT THE AUTHOR

...view details