ଓଡିଶା

odisha

ETV Bharat / sitara

‘ମୋଦିଙ୍କ ଫ୍ୟାନ, ଭକ୍ତ ନୁହେଁ’

ପିଏମ ମୋଦିଙ୍କ ପ୍ରଶଂସାରେ ଅଭିନେତା ବିବେକ । ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି'। ଇତିମଧ୍ୟରେ ସେ କଂଗ୍ରେସକୁ ଟାର୍ଗେଟ କରି ମୋଦିଙ୍କ ପ୍ରଶଂସା କରୁଥିବା ନଜର ଆସିଛନ୍ତି ।

By

Published : Apr 8, 2019, 10:37 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

ମୁମ୍ବାଇ: ଗୋଟିଏ ପଟେ ଦେଶରେ ନିର୍ବାଚନ ବାତାବରଣ ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ଅଭିନେତା ବିବେକ ଓବରାୟଙ୍କ ଆଗାମୀ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି'କୁ ଅନେକ ବିରୋଧର ସାମ୍ନା କରିବାକୁ ପଡୁଛି । ଏହି ବିରୋଧ ପାଇଁ ଫିଲ୍ମର ରିଲିଜ ତାରିଖ ଦୁଇଥର ପରିବର୍ତ୍ତନ କରାଯାଇ ସାରିଲାଣି । କିନ୍ତୁ ବିବେକ ଏହି ବିରୋଧକୁ ସାମ୍ନା କରିବାରେ ଲାଗିପଡିଛନ୍ତି । ସେ ଖୋଲମଖୁଲା ମୋଦିଙ୍କ ସପୋର୍ଟରେ କହୁଥିବା ନଜର ଆସୁଛନ୍ତି ।

ଏହାସହ ସେ କଂଗ୍ରେସ ଓ ବିରୋଧୀ ଦଳଙ୍କୁ ଖୁବ୍ ଟାର୍ଗେଟ ମଧ୍ୟ କରୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ବିବେକ କିନ୍ତୁ ପିଏମ ମୋଦିଙ୍କ ଫ୍ୟାନ କହିଥିବା ବେଳେ ତାଙ୍କ ଭକ୍ତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । ତାଙ୍କ ଅନୁଯାୟୀ ମୋଦିଜି ଯୁବପିଢି ପାଇଁ ପ୍ରେରଣା । କିନ୍ତୁ ତାଙ୍କ ସବୁ କଥାରେ ସେ ସମର୍ଥନ କରିପାରିବେ ନାହିଁ ।

ଏହା ବ୍ୟତୀତ ବିବେକ ଟ୍ବିଟରରେ ଟ୍ବିଟ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି । "ପ୍ରିୟ ରାହୁଲ ଗାନ୍ଧୀ କଣ ସୋମବାର ସକାଳେ ଆପଣ ମାନନୀୟ ସୁପ୍ରିମକୋର୍ଟରେ ଆପଣଙ୍କ ଗଠବନ୍ଧନରେ ସାମିଲ ପାର୍ଟିର ନେତା ଲାଲୁ ପ୍ରସାଦ ଯାଦବଙ୍କ ଅଟୋବାୟୋଗ୍ରଫି ଉପରେ ରୋକ ଲଗାଇବାକୁ ଚେଷ୍ଟା କରିବେ । ଏହା କେବଳ ଆମ ଫିଲ୍ମ ଯାହା ପଛରେ ଆପଣ ପଡିଯାଇଛନ୍ତି । ତାହାଲେ ଏହା କଣ ହିପୋକ୍ରେସୀ ନୁହେଁ ।" ଏପରି ଲେଖି ଟ୍ବିଟ କରିଛନ୍ତି ବିବେକ ।

ପ୍ରକାଶ ଥାଉକି ବିବେକଙ୍କ ଫିଲ୍ମ ପ୍ରଥମେ ଏପ୍ରିଲ 12ରେ ରିଲିଜ ହେବାର ଥିଲା । ଏହାପରେ ଏପ୍ରିଲ 5ରେ ରିଲିଜ କରିବା କଥା କହି ମେକର୍ସ ଦାବି କରିଥିଲେ କି ପବ୍ଲିକ ଡିମାଣ୍ଡରେ ଏମିତି କରାଯାଇଛି । ଏବେ ଏହି ରିଲିଜ ତାରିଖ ପରିବର୍ତ୍ତନ ହୋଇ ଏପ୍ରିଲ 11 ରଖାଯାଇଛି ।

For All Latest Updates

ABOUT THE AUTHOR

...view details