ଓଡିଶା

odisha

ETV Bharat / sitara

କମଲଙ୍କୁ ବିବେକଙ୍କ କଡା ଜବାବ, ଆତଙ୍କୀଙ୍କ ଧର୍ମ ନାହଁ

ତାମିଲ ଅଭିନେତା କମଲଙ୍କୁ ତାଙ୍କ ବାୟାନ ପାଇଁ ବଲିଉଡ ଅଭିନେତା ବିବେକ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।

By

Published : May 14, 2019, 12:03 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଲୋକସଭା ନିର୍ବାଚନର ମହଲ । ରାଜନୈତିକ ମୈଦାନରେ ସବୁ ପାର୍ଟି ପରସ୍ପରର ଗୋଡ ଟାଣିବାରେ ବ୍ୟସ୍ତ । ଇତିମଧ୍ୟରେ ତାମିଲ ସୁପରଷ୍ଟାର କମଲ ହାସନ ଦେଇଥିବା ବିବାଦୀୟ ବୟାନ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ବିବେକ ଓବରାୟ

କଥାଟି ହେଲା କି Makkal Nidhi Maiyamର ସଂସ୍ଥାପକ କମଲ ତାମିଲନାଡୁରେ ଏକ ସଭାରେ କହିଥିଲେ । ସ୍ବାଧାନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ବ୍ୟକ୍ତି ନାଥୁରାମ ଗେଡସେଙ୍କୁ ନେଇ ମନ୍ତବ୍ୟ ଦେଇଥିଲେ ।

କମଲଙ୍କ ଏହି ବୟାନକୁ ଆଧାର କରି ବଲିଉର ଅଭିନେତା ବିବେକ ଓବରାୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କମଲଙ୍କୁ ଅନୁରୋଧ କରିଛନ୍ତି, ଆତଙ୍କବୀଦୀଙ୍କର କୌଣସି ଧର୍ମ ନଥାଏ । ଆପଣ ଗୋଟିଏ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଭୋଟ ପାଇବା ପାଇଁ ଏଭଳି ବୟାନ ଦିଅନ୍ତୁନି ।

ଏହି ମାମଲାରେ ବିବେକ ଦୁଇଟି ଟ୍ବିଟ କରିଛନ୍ତି । ପ୍ରଥମ ଟ୍ବିଟରେ ସେ ଲେଖିଛନ୍ତି, "ଡିୟର କମଲ ସର, ଆପଣ ମହାନ କଳାକାର । ଯେପରି କଳାର କୌଣସି ଧର୍ମ ନାହିଁ ଠିକ୍ ସେହିପରି ଆତଙ୍କୀଙ୍କ ମଧ୍ୟ କୌଣସି ଧର୍ମ ନାହିଁ । ଆପଣ କହିପାରିବେ କି ନାଥୁରାମ ଆତଙ୍କବାଦୀ ଥିଲେ । କିନ୍ତୁ ହିନ୍ଦୁ ଶବ୍ଦର ବ୍ୟବହାର କାହିଁକି କରୁଛନ୍ତି । "

ଅନ୍ୟପଟେ ସେ ନିଜ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, "ପ୍ଲିଜ ସାର, ଛୋଟ କଳକାର ଜଣେ ମହାନ କଳାକାରଙ୍କୁ କହିବାକୁ ଚାହୁଁଛନ୍ତି ଯେ ଏହି ଦେଶର ବିଭାଜନ କରନ୍ତୁ ନାହିଁ । କାରଣ ଆମେ ସମସ୍ତେ ଏକ । ଜୟ ହିନ୍ଦ୍ ।"

ABOUT THE AUTHOR

...view details