ଓଡିଶା

odisha

ETV Bharat / sitara

ଟାର୍ଗେଟରେ ବିବେକ, ବନ୍ଧୁକ ବୋମା ଧରି ବାହାରିଲେ ଭାଇଜାନ୍ ଓ ବିଗ୍-ବି!

ଅଭିନେତା ବିବେକ ଓବରାୟଙ୍କ ଠାରୁ ପ୍ରତିଶୋଧ ନେବା ମୁଡରେ ଏବେ ବିଗ-ବି, ଅଭିଷେକ ଓ ସଲମାନ ଖାନ । ଭାଇରାଲ ହେଲା ତିନି ଷ୍ଟାର୍ସଙ୍କ ଏହି ଫଟୋ ।

By

Published : May 21, 2019, 9:48 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

ନୂଆଦିଲ୍ଲୀ: ପ୍ରଥମେ 'ପିଏମ ମୋଦି' ବାୟୋପିକକୁ ନେଇ ବିବାଦ ଘେରରେ ଆସିଥିବା ଅଭିନେତା ବିବେକ ଏବେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଛନ୍ତି । ତାଙ୍କ ଗୋଟିଏ ଭୁଲ ପାଇଁ ତାଙ୍କୁ ମହାରାଷ୍ଟ୍ର ମହିଳା ଆୟୋଗ ତରଫରୁ ଲିଗାଲ ନୋଟିସ୍ ପଠାଯାଇଛି ।

କଥାଟି ହେଲା ସେ ସୋସିଆଲ ମିଡିଆରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମିମି ସେୟାର କରି ଆଲୋଚନାର ଶିକାର ହୋଇଛନ୍ତି । କିନ୍ତୁ ସେ ପରେ ଟ୍ବିଟ ଜରିଆରେ କ୍ଷମା ମଧ୍ୟ ମାଗି ସାରିଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ/ଟ୍ବିଟର@ବିବେକ ଓବରାୟ

ଏବେ ବି-ଟାଉନର କଳାକାର ମଧ୍ୟ ତାଙ୍କ ସମାଲୋଚନା କରୁଥିବା ଦେଖାଯାଇଛନ୍ତି । ଏହି ମାମଲାଟି ଏତେ ଚର୍ଚ୍ଚାରେ ଅଛି ଯେ ସୋସିଆଲ ମିଡିଆରେ ବାରମ୍ବାର ଏହାକୁ ନେଇ ନୂଆ ନୂଆ ମିମିସ ସାମ୍ନାକୁ ଆସୁଛି ।

ଯେଉଁଠାରେ ବିବେକଙ୍କ ସୋସିଆଲ ମିଡିଆ ମିମିକୁ ନେଇ ଚହଳ ସୃଷ୍ଟି ହୋଇଛି । ସେହିଠାରେ ୟୁଜର୍ସଙ୍କ ଅନେକ ମଜାଦାର ମିମି ଦେଖିବାକୁ ମିଳୁଛି । ଏହି ମିମି ମଧ୍ୟରୁ ଗୋଟିଏ ମିମି ଦେଖି ଆପଣ ନିହାତି ହସିବେ । କାରଣ ଅଭିଷେକ ବଚ୍ଚନ, ସଲମାନ ଖାନ ଓ ଅମିତାଭ ବଚ୍ଚନଙ୍କ ସହ ଗୋଟିଏ ବାଇକରେ ବସି ଗ୍ୟାଙ୍ଗ ଅଫ ୱାସେପୁର ଅନ୍ଦାଜରେ ବିବେକଙ୍କ ଠାରୁ ପ୍ରତିଶୋଧ ନେବାକୁ ଯାଉଥିବାର ନଜର ଆସୁଛନ୍ତି ।

ଏହାବ୍ୟତୀତ ସଲମାନ ଓ ବିବେକଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ଗତକାଲି ସନ୍ଧ୍ୟାରୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ସଲମାନଙ୍କୁ ବିବେକ କ୍ଷମା ମାଗୁଛନ୍ତି ।

ABOUT THE AUTHOR

...view details