ହାଇଦ୍ରାବାଦ: ଆଇସିସି ବିଶ୍ବକପ ହାରିବା ପରେ କେତେକ ଭାରତୀୟ ଦଳକୁ ପ୍ରୋତ୍ସାହିତ କରୁଥିବା ବେଳେ ଅନ୍ୟ କେତେ ଏଥିପାଇଁ ଖେଳାଳୀଙ୍କୁ ଦାୟୀ କରିଛନ୍ତି । ବିରାଟଙ୍କ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ କିଛି ଏପରି ଫଟୋ ସେୟାର ହେଉଛି ଯାହାକୁ ଦେଖି କ୍ରିକେଟ ପ୍ରେମିଙ୍କ ରାଗ ବଢିବାରେ ଲାଗିଛି ।
ଲଣ୍ଡନରେ ପତ୍ନୀଙ୍କ ସହ ବୁଲୁଛନ୍ତି ବିରାଟ, ରାଗିଲେ ଫ୍ୟାନ୍ସ
ପରାଜୟ ପରେ ପତ୍ନୀଙ୍କ ସହ ବୁଲୁଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ୟୁଜର୍ସ କଲେ ଟ୍ରୋଲ ।
ଭାରତର ପରାଜୟ ପରେ ବିରାଟଙ୍କୁ ଲଣ୍ଡନରେ ବୁଲୁଥିବାର ଦେଖିବାକୁ ମିଳିଛି ସେପୁଣି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ । ଦୁହେଁ ପରସ୍ପର ସହ ସମୟ ବିତାଉଥିବାର ଦେଖିବାକୁ ମିଳିଛି । ତେବେ ଏହାପରେ ଅନେକ ଯୁଜର୍ସ ତାଙ୍କୁ ଟ୍ରୋଲ କରି ଅନେକ କଥା ଶୁଣାଇଛନ୍ତି । ଜଣେ ଲେଖିଥିଲେ,‘ ଏମାନେ ସେଠି ପିଜା ବର୍ଗର ଖାଉଛନ୍ତି ଆଉ ଆମେ ଏଠି ଦୁଃଖରେ ବସିଛୁ ।’ ଅନ୍ୟଏକ ୟୁଜର୍ସ ଲେଖିଥିଲେ,‘ ସେମାନଙ୍କ ଗୁଡ ଟାଇମ କାରଣରୁ ଭାରତ ବିଶ୍ବକପ ଜିତି ପାରିଲାନାହିଁ । ’
ଏପରି ଅନେକ କମେଣ୍ଟ ଦେଖିବାକୁ ମିଳୁଛି । ତେବେ ଭାରତର ପରାଜୟ ପରେ ଅନୁଷ୍କାଙ୍କୁ ନେଇ ଅନେକ ମିମି ପ୍ରସ୍ତୁତ କରାଯାଇଥିଲା । ମିମି ସେୟାର ବଢିବାରୁ ଶେଷରେ ବିରାଟ ମୁହଁ ଖୋଲି ଏହା ଲଜ୍ଜାକର ବୋଲି କହିଥିଲେ ।