ଓଡିଶା

odisha

ETV Bharat / sitara

ନିରୀହ ଶିଶୁର ଜୀବନ ବଞ୍ଚାଇଲେ ବିରୁଷ୍କା, ଧନ୍ୟବାଦ ଜଣାଇଲେ ବାପାମା' - ନିରୀହ ଶିଶୁର ଜୀବନ ରକ୍ଷା କଲେ ବିରୁଷ୍କା

ନିକଟରେ ଜଣେ ଶିଶୁର ଚିକିତ୍ସା ପାଇଁ 16 କୋଟି ସଂଗ୍ରହ କରିଥିଲେ ବିରାଟ ଓ ଅନୁଷ୍କା । ଯେଉଁଥିପାଇଁ ବିଭିନ୍ନ ଦିଗରୁ ମିଳୁଛି ପ୍ରଶଂସା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 25, 2021, 2:11 PM IST

ମୁମ୍ବାଇ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏକ ମହାନ କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ଏହି ଯୋଡିଙ୍କ ପ୍ରଶଂସା ବର୍ତ୍ତମାନ ସବୁ ମହଲରେ ହେଉଛି । ସେ ଏହି କୋରୋନା ସଙ୍କଟ ସମୟରେ ସହଯୋଗର ହାତ ବଢାଇଛନ୍ତି । ଏହି ଦୁଇଜଣ 16 କୋଟି ଟଙ୍କା ସଂଗ୍ରହ କରି ନିରୀହ ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ।

କଥାଟି ହେଲା ଯେ ଆୟାଂଶ ଗୁପ୍ତା ନାମକ ଏକ ଶିଶୁ ଆଟ୍ରୋଫି ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଥିଲା । ଯାହା ମେରୁଦଣ୍ଡର ମାଂସପେଶୀ ହୋଇଥାଏ। ଆୟାଂଶଙ୍କ ଚିକିତ୍ସା ପାଇଁ ଏକ ମହଙ୍ଗା ଔଷଧ ଆବଶ୍ୟକ ଥିଲା ଯାହାର ମୂଲ୍ୟ ପ୍ରାୟ 16 କୋଟି ଟଙ୍କା ।

ଆୟାଂଶଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ତାଙ୍କ ପିତାମାତା 'AyaanshFightsSMA'ନାମରେ ଏକ ଟ୍ବିଟର ଆକାଉଣ୍ଟ ଖୋଲିଥିଲେ। ଯାହାକୁ ଦେଖିବା ପରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ବିରୁଷ୍କା। ଆଉ AyaanshFightsSMA ଅଭିଯାନ ଆରମ୍ଭ କରି ଫ୍ୟାନ୍ସଙ୍କୁ ଦାନ କରିବାକୁ ଅନୁରୋଧ କରିଥିଲେ । ଯାହାଦ୍ବାରା 16 କୋଟି ଟଙ୍କା ସେମାନେ ସଂଗ୍ରହ କରିପାରିଥିଲେ ।

ସେପଟେ ଏହି ଯୋଡିଙ୍କୁ ଧନ୍ୟବାଦ ଜଣାଇ ଆୟାଂଶଙ୍କ ପିତା-ମାତା ଟ୍ବିଟରେ ଲେଖିଛନ୍ତି, ‘ଆମେ କଦାପି ଭାବି ନଥିଲୁ ଯେ ଏହି କଠିନ ଯାତ୍ରାର ଏତେ ସୁନ୍ଦର ସମାପ୍ତ ହେବ । ଆମେ ବହୁତ ଖୁସି ଯେ ଆୟାଂଶଙ୍କ ଔଷଧ ପାଇଁ ଆମକୁ 16 କୋଟି ଟଙ୍କା ଦରକାର ଥିଲା ଏବଂ ଆମେ ଏହି ରାଶି ପାଇଛୁ ମଧ୍ୟ। ଯେଉଁମାନେ ଆମକୁ ସମର୍ଥନ କରିଥିଲେ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ | ଏହା ତୁମର ବିଜୟ। ଆମେ ତୁମକୁ ଫ୍ୟାନ ଭଳି ସ୍ନେହ ଓ ପ୍ରେମ କରୁ । ହେଲେ ତୁମେ ଦୁହେଁ ଯାହା ଆୟାଂଶଙ୍କ ପାଇଁ କରିଛ ତାହା ଚିରସ୍ମରଣୀୟ । ଧନ୍ୟବାଦ ବିରୁଷ୍କା।’

ABOUT THE AUTHOR

...view details