ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ଭାବେ ଚର୍ଚ୍ଚିତ ବିଦ୍ୟୁତ ଜାମୱାଲ ଏବେ ଫିଲ୍ମ ନିର୍ମାତା ବିପୁଲ ଶାହାଙ୍କ ପରବର୍ତ୍ତୀ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନାମ 'ସନକ' ହେବ ଏବଂ ଏହାର ଫାଷ୍ଟ ଲୁକ୍ ଗଣତନ୍ତ୍ର ଦିବସ ଅବସରରେ ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିଛି । ଏହା ଏକ ଆକ୍ସନ୍ ଫିଲ୍ମ ହେବ ଏବଂ ଏହା କୁହାଯାଉଛି ଯେ ଏହା ହଲିଉଡ ଫିଲ୍ମ 'ଜନ୍ କ୍ୟୁ' ର ହିନ୍ଦୀ ରିମେକ୍ ହେବ ।
ଫିଲ୍ମର ଫାଷ୍ଟ ଲୁକରେ ବିଦ୍ୟୁତ ଡାକ୍ତରଖାନାର ବେଡ୍ରେ ବସିଥିବାର ନଜର ଆସିଛନ୍ତି । ଦ୍ବିତୀୟ ଫଟୋରେ ବିଦ୍ୟୁତଙ୍କୁ କିଛି ଲୋକ ବନ୍ଧୁକ ମୁନରେ କଏଦ କରି ରଖିଥିବାର ନଜର ଆସିଛନ୍ତି ।