ଓଡିଶା

odisha

ETV Bharat / sitara

ରିଆଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ବିଦ୍ୟା ବାଲାନ - ରିୟାଙ୍କୁ ସମର୍ଥନ କରି ଟ୍ରୋଲ ହେଲେ

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ବିଦ୍ୟା ବାଲାନ ନିକଟରେ ରିଆଙ୍କୁ ସମର୍ଥନ କରି ଏକ ପୋଷ୍ଟ ସେୟାର କରିଛନ୍ତି । ବିଦ୍ୟା କହିଛନ୍ତି ଯେ, ଜଣେ ମହିଳା ଭାବରେ ରିଆଙ୍କ ବିରୋଧରେ ଖରାପ କଥା କହୁଥିବା ଲୋକଙ୍କ କଥା ଶୁଣି ମୋର ହୃଦୟ ଭାଙ୍ଗିଯାଉଛି । ସେବେଠାରୁ ବିଦ୍ୟାଙ୍କୁ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଦ୍ବାରା ଟ୍ରୋଲ କରାଯାଉଛି । ଅଧିକ ପଢନ୍ତୁ...

Vidya Balan trolled over 'heart breaks at vilification of Rhea' comment
ରିୟାଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ବିଦ୍ୟା ବାଲାନ

By

Published : Sep 2, 2020, 4:27 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ, ଇଡି ଏବଂ ଏନସିବି ଟିମ୍ ବର୍ତ୍ତମାନ ତଦନ୍ତ ଜାରି ରଖିଛନ୍ତି । ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଇଡି ଏବଂ ସିବିଆଇ ଟିମ ଅନେକ ଥର ପଚରାଉଚରା କରିସାରିଛନ୍ତି ।

ଏଭଳି ପରିସ୍ଥିତିରେ କିଛି ବଲିଉଡ ତାରକା ମଧ୍ୟ ରିଆଙ୍କୁ ସମର୍ଥନ କରୁଛନ୍ତି । ଯେଉଁଥିରେ ବର୍ତ୍ତମାନ ବିଦ୍ୟା ବାଲାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ବିଦ୍ୟାଙ୍କ ପୂର୍ବରୁ ତାପସୀ ପନ୍ନୁ ଏବଂ ସ୍ବରା ଭାସ୍କର ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ରିଆଙ୍କୁ ସମର୍ଥନ କରିଥିଲେ।

ଅଭିନେତ୍ରୀ ଲକ୍ଷ୍ମୀ ମଞ୍ଚୁଙ୍କ ପୋଷ୍ଟରେ ବିଦ୍ୟା ରିଆଙ୍କ ବିଷୟରେ ନିଜର ମତ ରଖିଥିଲେ । ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି ।

ବାସ୍ତବରେ ଲକ୍ଷ୍ମୀ ମଞ୍ଚୁ ସୁଶାନ୍ତଙ୍କ ପାଇଁ ଜଷ୍ଟିସ ଏବଂ ରିଆଙ୍କ ପାଇଁ ଜଷ୍ଟିସ ହ୍ୟାସଟ୍ୟାଗ ସହ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ରିଆଙ୍କ ବିରୋଧରେ ଗଣମାଧ୍ୟମର ବିଚାରକୁ ସମାଲୋଚନା କରିଥିଲେ।

ଲକ୍ଷ୍ମୀଙ୍କ ଏହି ଟ୍ବିଟରେ ବିଦ୍ୟା କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଜଣେ ଯୁବ ତାରକାଙ୍କ ଦୁଃଖଦ ତଥା ଅକାଳ ମୃତ୍ୟୁ ଏକ ମିଡିଆ ସର୍କସରେ ପରିଣତ ହୋଇଛି । ଜଣେ ମହିଳା ଭାବରେ, ରିଆଙ୍କ ବିରୋଧରେ ଖରାପ କଥା କହୁଥିବା ଲୋକଙ୍କ କଥା ଶୁଣି ମୋର ହୃଦୟ ଭାଙ୍ଗିଯାଉଛି । ସେ ଦୋଷୀ ନହେବା ପର୍ଯ୍ୟନ୍ତ ତାଙ୍କୁ ନିର୍ଦ୍ଦୋଷ ବୋଲି ବିବେଚନା କରାଯାଇପାରିବ ନାହିଁ? କିମ୍ବା ନିର୍ଦ୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ସେ ଦୋଷୀ କି? ଜଣେ ନାଗରିକର ସାମ୍ବିଧାନିକ ଅଧିକାର ପ୍ରତି କିଛି ସମ୍ମାନ ଦେଖାନ୍ତୁ ଏବଂ ଆଇନକୁ ଏହାର କାର୍ଯ୍ୟ କରିବାକୁ ଦିଅନ୍ତୁ |

ବିଦ୍ୟାଙ୍କ ଏହି ପୋଷ୍ଟ ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ଏବଂ ୟୁଜର୍ସମାନେ ତାଙ୍କୁ ଖରାପ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

ଜଣେ ୟୁଜର୍ସ ଲେଖିଛନ୍ତି, ବିଦ୍ୟା ଜୀ ସୁଶାନ୍ତ କିମ୍ବା ତାଙ୍କ ପରିବାର ପାଇଁ ଆପଣ ଏପର୍ଯ୍ୟନ୍ତ କୌଣସି ସମବେଦନା ବାର୍ତ୍ତା ମଧ୍ୟ ଦେଇନାହାଁନ୍ତି। ରିଆ ଯେତିକି ଆପଣଙ୍କ ସହକର୍ମୀ ସୁଶାନ୍ତ ମଧ୍ୟ ତୁମର ସେମିତି ସହକର୍ମୀ ଥିଲେ ।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ତୁମେ ସମ୍ମାନ ହରାଇଛ, ତୁମେ କାହିଁକି ଏପରି ବ୍ୟବହାର କରୁଛ? ଅନ୍ତତଃ ପକ୍ଷେ ସତ କୁହ, ସତ୍ୟ ଦେଖିବାକୁ ସାହସ କର । ତୁମେ ପ୍ରତିଦିନ ଆମକୁ କାହିଁକି ଯନ୍ତ୍ରଣା ଦେଉଛ କାହିଁକି ?

ଏଥି ସହିତ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଆଜି ବଲିଉଡ ରିଆଙ୍କ ସପକ୍ଷରେ କହୁଛି । ଯେତେବେଳେ ସୁଶାନ୍ତଙ୍କ ନ୍ୟାୟ ପାଇଁ କହିବାର ଥିଲା ସେତେବେଳେ ଆପଣମାନଙ୍କ ମୁହଁରେ ଟେପ୍ ଲାଗିଥିଲା କି ?

ଏହା ବ୍ୟତୀତ ଅନେକ ଉପଭୋକ୍ତା ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।

କିନ୍ତୁ ରିଆଙ୍କ ସମର୍ଥନରେ ଯେକୌଣସି କଳାକାର ବାହାରୁଛନ୍ତି, ସମସ୍ତଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details