ମୁମ୍ବାଇ: କୋଭିଡ-19 ମଧ୍ୟରେ ଅଭିନେତ୍ରୀ ବିଦ୍ୟା ବାଲାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ଶେର୍ନିର ସୁଟିଂ ଅକ୍ଟୋବରରେ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ବିଦ୍ୟା ଜଣେ ବନ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିବେ ।
ଏହି ଫିଲ୍ମ ନ୍ୟୁଟନ୍ ନିର୍ଦ୍ଦେଶକ ଅମିତ ମାସୁକରଙ୍କ ଦ୍ବାରା ନିର୍ମିତ।

ସୁଟିଂ ଆରମ୍ଭ କରିବାକୁ ନେଇ ବିଦ୍ୟା କହିଛନ୍ତି, ଏହି ମହାମାରୀ ମଧ୍ୟରେ ସୁଟିଂ କରିବା ଏକ ଚ୍ୟାଲେଞ୍ଜ ହେବ ଏବଂ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି । ଅକ୍ଟୋବରରେ ମଧ୍ୟପ୍ରଦେଶର ଜଙ୍ଗଲରେ ଆମର ସୁଟିଂ ଆରମ୍ଭ ହେବ । କିନ୍ତୁ, ଏହି ସୁଟିଂ ସମୟରେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଆଶା କରୁଛି, ସବୁକିଛି ଠିକ୍ ହୋଇଯିବ ଏବଂ ଆମେ ନିରାପଦରେ ରହିବୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ