ଓଡିଶା

odisha

ETV Bharat / sitara

କୋରୋନା ବ୍ୟତୀତ ଆଉ ଏକ ଭାଇରସର ତାଣ୍ଡବ, ଖୁଲାସା କଲେ ବିଦ୍ୟା

ଏବେ କୋରୋନା ସହ ଧିରେ ଧିରେ କରି ଦେଶରେ ଅଫୱାହ ଭାଇରାସ ବ୍ୟାପିକାରେ ଲାଗିଛି । ଯାହାର ପୃଷ୍ଟି ସୋସିଆଲ ମିଡିଆରେ ବିଦ୍ୟା ଓ ମାନବ କରିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

By

Published : May 23, 2020, 5:54 PM IST

ମୁମ୍ବାଇ: ଏବେ ପୁରା ବିଶ୍ବ କୋରୋନା ଭାଇରସ ସହ ଲଢୁଛି । ଏହି ସମୟରେ ସମସ୍ତେ ନିଜ ନିଜ ସକ୍ଷମ ଅନୁଯାୟୀ ଏହି ଭାଇରସ ବିରୋଧ ଲଢେଇରେ ସହଯୋଗ କରୁଥିବାର ନଜର ଆସୁଛନ୍ତି। ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ କୋରୋନା ସୁରକ୍ଷା ବିଷୟରେ ଅବଗତ କରାଇବାରେ ଲାଗିଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ଫେମସ ଅଭିନେତ୍ରୀ ବିଦ୍ୟା ବାଲନ। ସେ ଏକ ନୂଆ ପଦକ୍ଷେପ ନେଇଛନ୍ତି ।

ସେ ତାଙ୍କ ସୋସିଆଲ ଆକାଉଣ୍ଟରେ ଅଭିନେତା ମାନବ କୌଲଙ୍କ ସହ ଏକ ନୂଆ ଭାଇରସ ବିଷୟରେ ଭିଡିଓ ସେୟାର କରି ଜଣାଇଛନ୍ତି। ଯାହାକୁ ସେ 'ଅଫୱାହ ଭାଇରସ' କହୁଥିବାର ନଜର ଆସୁଛନ୍ତି। ଭିଡିଓ ଆରମ୍ଭ ହେବା ମାତ୍ରେ ବିଦ୍ୟା କହିଛନ୍ତି ଯେ ଦୁନିଆରେ କୋରୋନା ଭାଇରସ ବ୍ୟତୀତ ଅନ୍ୟ ଏକ ଭାଇରସ ଚାରିଆଡେ ବ୍ୟାପିବାରେ ଲାଗିଛି। ସେପଟେ ମାନବ ଅଫୱା ଭାଇରସ ବିଷୟରେ ଜଣାଉଛନ୍ତି । ଦୁଇଜଣ ମିଶି କହୁଛନ୍ତି ମେଡିକାଲ ରିପୋର୍ଟକୁ ଆଧାର କରି ଫୋନରେ ଫରୱାର୍ଡ ବଟମ ଦବାଇ ଏହି ଗୁଜବ ଭାଇରସ ବ୍ୟାପିଥାଏ।

ଏହି ଭାଇରସ ଲକ୍ଷଣ ଅନେକ କିନ୍ତୁ ଅଧିକାଂଶ କ୍ଷେତ୍ରରେ ୟୁନେସ୍କୋ, ସ୍କ୍ରିପ୍ଟ, ନାସା, ନ୍ୟୁମେରୋଲୋଜି ଭଳି ଶବ୍ଦରେ ଦେଖିବାକୁ ମିଳିଥାଏ । ଆଉ ଶୁଣିବାକୁ ମିଳୁଛି ଯେ ସୋସିଆଲ ମିଡିଆ ଅଫୱା ଭାଇରସର ରେଡ୍‌ ଜୋନ। ସେଠାରୁ ମିଳୁଥିବା କୌଣସି ବି ସୂଚନା WHO ଓ ମିନିଷ୍ଟ୍ରି ଅଫ ହେଲଥ ଯାଞ୍ଚ କରନ୍ତୁ। ଦଇଜଣଙ୍କ ଅନୁଯାୟୀ କୋରୋନା ତ ବିଶ୍ବରେ ବ୍ୟାପି ସାରିଛି । ହେଲେ ଅଫୱା ଭାଇରସକୁ ବ୍ୟାପିବାକୁ ଦେବା ନାହିଁ। ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details