ଓଡିଶା

odisha

ETV Bharat / sitara

ଷ୍ଟଣ୍ଟମ୍ୟାନ ସଲମାନ, ଦେଖନ୍ତୁ ଭିଡିଓ

ସଲମାନ ଖାନ ଏବେ ଆଗାମୀ ଫିଲ୍ମ 'ଦବଙ୍ଗ-3'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କର ଷ୍ଟଣ୍ଟ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଉ ଏହା ଦେଖି ସଲ୍ଲୁ କାଳେ ଟାଇଗରଙ୍କୁ ଫଲୋ କରୁଛନ୍ତି ବୋଲି ଚାଲିଛି ଚର୍ଚ୍ଚା ।

By

Published : Jun 21, 2019, 10:59 PM IST

ଡିଜାଇନ ଫଟୋ

ମୁମ୍ବାଇ: ଭାଇଜାନ ସଲମାନ ଖାନ ସବୁବେଳେ ନିଜ ଦବଙ୍ଗ ଅନ୍ଦାଜ ପାଇଁ ପରିଚିତ । ତାଙ୍କ ଫିଲ୍ମ ସହ ରିୟଲ ଲାଇଫରେ ମଧ୍ୟ ଦର୍ଶକଙ୍କୁ ତାଙ୍କ ଚୁଲବୁଲା ଅନ୍ଦାଜ ଖୁବ୍ ପସନ୍ଦ ଆସିଥାଏ । ନିକଟରେ ସଲମାନଙ୍କୁ ନେଇ ଦର୍ଶକ ଟାଇଗର ଶ୍ରଫଙ୍କ ସହ ତୁଳନା କରିଛନ୍ତି । ଯାହା ଶୁଣି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ।

କଥା କଣକି, ଶନିବାର ସଲମାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଷ୍ଟଣ୍ଟ ଦେଖି ସୋସିଆଲ ମିଡିଆରେ ୟୁଜର୍ସ କହିଛନ୍ତି କି ଦୟା କରି ଟାଇଗର ଶ୍ରଫଙ୍କୁ ଫଲୋ କରନ୍ତୁ ନାହିଁ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ସଲମାନ ପୁଲ ପାଖରେ ଗୋଟିଏ ଉଚ୍ଚ ସ୍ଥାନକୁ ଯାଇ ପୁଲ ଭିତରକୁ ଓଲଟା ଡାଇଭ ମାରୁଛନ୍ତି । ଭିଡିଓଟି ସେୟାର ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଲକ୍ଷରୁ ଅଧିକା ଫ୍ୟାନ୍ସ ଲାଇକ କରିସାରିଲେଣି ।

ଅନ୍ୟପଟେ କିଛି ଏମିତି ୟୁଜର୍ସ ମଧ୍ୟ ଅଛନ୍ତି ଯିଏ ସଲମାନଙ୍କ ଷ୍ଟଣ୍ଟ ଟାଇଗରଙ୍କର କପି ବୋଲି କହିଛନ୍ତି । ଆଉ କିଛି ଫ୍ୟାନ୍ସ କମେଣ୍ଟ କରି ଲେଖିଛନ୍ତି କି ଏବେ ଭାଇଜାନ ଡେଉଁଲେଣି ମାନେ ଆମେ ମଧ୍ୟ ଡେଇଁବା ।

For All Latest Updates

ABOUT THE AUTHOR

...view details