ଓଡିଶା

odisha

ETV Bharat / sitara

ଇତିହାସ ସୃଷ୍ଟି କଲା ଫିଲ୍ମ 'ଉରି', ଆୟ କଲା 240 କୋଟି - movie

'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ'ର ନୂଆ ରେକର୍ଡ । 240 କୋଟିରେ ଅଭିନେତା ବିକ୍କୀ କୌଶଲଙ୍କ ଫିଲ୍ମ ଉରି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Mar 8, 2019, 5:12 AM IST

ହାଇଦ୍ରାବାଦ: ଅଭିନେତା ବିକ୍କୀ କୌଶଲ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' 250 କୋଟି କ୍ଲବରେ ସାମିଲ ହେବାର ପାଖାପାଖି ହୋଇସାରିଲାଣି । ଫିଲ୍ମ କ୍ରିଟିକ୍ସଙ୍କ ଅନୁଯାୟୀ ଜାନୁଆରୀ 11ରେ ରିଲିଜ ହୋଇଥିବା ଏହି ଫିଲ୍ମ ସୋମବାର 240 କୋଟି ଟଙ୍କା ଆୟ କରିସାରିଛି । ବର୍ତ୍ତମାନ 'ଉରି' ରଣଭୀର ସିଂହ ଓ ସାରା ଅଲ୍ଲୀ ଖାନଙ୍କ ଷ୍ଟାରର ଫିଲ୍ମ 'ସିମ୍ବା'କୁ ମଧ୍ୟ ପଛରେ ପକାଇଦେଇଛି ।

ଜଣେ କ୍ରିଟିକ କହିଛନ୍ତି କି 'ଉରି' ଏବେ 'ଦଙ୍ଗଲ', 'ପିକେ', 'ସଞ୍ଜୁ' ଏବଂ 'ବାହୁବାଳି-2'ର କ୍ଲବରେ ସାମିଲ ହୋଇସାରିଲାଣି । ଭାରତରେ 'ଟାଇଗର ଜିନ୍ଦା ହେ', 'ବଜରଙ୍ଗୀ ଭାଇଜାନ୍' ଏବଂ 'ପଦ୍ମାବତ' ଫିଲ୍ମକୁ ଅଧିକ ଆୟ କରିଥିବା ଫିଲ୍ମରେ ଗଣାଯାଇଥାଏ ।

ସୂଚନା ଅନୁଯାୟୀ 'ବାହୁବଳି' ଠାରୁ ଗଣନା କରାଗଲେ ଭାରତରେ ସବୁଠାରୁ ବଡ ଆୟ କରିଥିବା ଫିଲ୍ମ 10ତମ ସ୍ଥାନରେ ସ୍ଥାପନ ପାଇଛି । ଫିଲ୍ମ ଏଯାବତ୍ 240 କୋଟି ଆୟ କରିସାରିଲାଣି ।

ପ୍ରକାଶ ଥାଉକି ଆଦିତ୍ୟ ଧରଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' ଫିଲ୍ମ 2016ରେ କାଶ୍ମୀର ଉରି ଆକ୍ରମଣ ଜବାବରେ ଭାରତୀୟ ସେନା ଦ୍ବାରା ଆତଙ୍କବାଦୀ ସଂଗଠନରେ ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ।

For All Latest Updates

ABOUT THE AUTHOR

...view details