ମୁମ୍ବାଇ: 'ଉରି' ଅଭିନେତା ଭିକୀ କୌଶଲ ନିର୍ଦ୍ଦେଶକ ଭାନୁ ପ୍ରତାପ ସିଂହଙ୍କ ଆଗାମୀ ହରର ଫିଲ୍ମର ସୁଟିଂରେ ଲାଗିପଡିଛନ୍ତି । ଫିଲ୍ମର କାହାଣୀ ଏକ ପାଣି ଜାହାଜ ଉପରେ ଆଧାରିତ । ଯାହା ଏକ ନିଛାଟିଆ ସ୍ଥାନରେ ଫଶି ଯିବାରୁ ଭୂତପ୍ରେତର ସାମ୍ନା କରିବେ ଷ୍ଟାରକାଷ୍ଟ । କିନ୍ତୁ ଏବେ ବିକ୍କୀଙ୍କୁ ନେଇ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ଗୁରୁବାର ଫିଲ୍ମ ସୁଟିଂ ସମୟରେ ଏକ ଦୁର୍ଘଟଣା ଘଟିଥିଲା, ଯାହାଦ୍ବାରା ବିକ୍କୀକୁ ଆଘାତ ଲାଗିଛି । ଏହି ଆଘାତ ପାଇଁ ବିକ୍କୀଙ୍କ ଚେହେରାରେ 13ଟି ଷ୍ଟିଚ ପଡିଛି ।
ଫିଲ୍ମ ସେଟର ଏକ ସୂତ୍ରରୁ ଜଣାପଡିଛି ଯେ ପୂର୍ବ 5 ଦିନରୁ ଗୁଜରାଟର ଆଲଙ୍ଗରେ ଏହି ଫିଲ୍ମର ସୁଟିଂ ଚାଲିଛି । ଯେଉଁଠାରେ ପାଣି ଜାହାଜକୁ ସ୍କୋପ କରୁଥିବା ସବୁଠାରୁ ବଡ ପୋର୍ଟ ଉପସ୍ଥିତ । ସେହିଠାରେ ରାତି ସମୟରେ ଭିକୀ ଏକ ଆକ୍ସନ ସିନର ସୁଟିଂ କରୁଥିଲେ, ଠିକ୍ ସେହି ସମୟରେ ତାଙ୍କ ଉପରେ ଏକ କବାଟ ଖସି ପଡିବାରୁ ତାଙ୍କୁ ଖୁବ୍ ଜୋରରେ ଆଘାତ ଲାଗିଯାଇଥିଲା ।