ହାଇଦ୍ରାବାଦ:ସତ ହେଲା ଫ୍ୟାନ୍ସଙ୍କ ସନ୍ଦେହ । ଅନ୍ତ ହେଲା କଳ୍ପନା ଜଳ୍ପନା । ଆସନ୍ତା ମାସ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ଼ ଆକ୍ଟର ବିକି କୌଶଲ (Vicky Kaushal) ଓ କ୍ୟାଟ୍ରିନା କୈଫ (Katrina Kaif) । ଚଳିତ ବର୍ଷ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଏହି ଯୋଡି । ଡିସେମ୍ବର ୭ ରୁ ୯ ତିନିଦିନ ଧରି ବିକି କ୍ୟାଟଙ୍କ ବିବାହ ରସମ ଅନୁଷ୍ଠିତ ହେବ ।
ବିକି ଓ କ୍ୟାଟ୍ରିନା ଏନେଇ କିଛି ପ୍ରତିକ୍ରିୟା ଦେଇନଥିବା ବେଳେ ବିକିଙ୍କ ସମ୍ପର୍କୀୟ ଭାଇ ଉପସାନା ବୋହରା ବିବାହକୁ ନେଇ ଏହି ବଡ ଖୁଲାସା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିକି ଓ କ୍ୟାଟଙ୍କ ବିବାହକୁ ନେଇ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ଉଭୟଙ୍କ ବିବାହ ଆସନ୍ତା ମାସ ୯ ତାରିଖରେ ହେବ । ବିବାହ ସଙ୍ଗୀତରେ କରଣ ଜୋହର ଏବଂ ଫରାହ ଖାନ କୋରିଓଗ୍ରାଫ କରିବା ନେଇ ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି ।