ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ରବିବାର ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିୟମିତ ଚେକଅପ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ସୂଚନା ଦେଇଛନ୍ତି ।
ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର
ରବିବାର ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଅଭିନେତା ଦିଲ୍ଲୀପ କୁମାର । ଅଧିକ ପଢନ୍ତୁ...
ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀପ କୁମାର
ସାଇରା କହିଛନ୍ତି ଯେ, ଭଗବାନଙ୍କ କୃପାରୁ ଆମେ ଖୁବଶୀଘ୍ର ଘରକୁ ଫେରିଆସିବୁ । ଏଥିସହିତ ସାଇରା ତାଙ୍କ ଫ୍ୟାନ୍ସଙ୍କୁ କହିଛନ୍ତି ଯେ ଭୟ କରିବାର କିଛି ନାହିଁ ଦିଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ।
ପ୍ରକାଶ ଥାଉ ଯେ, ଗତ ବର୍ଷ ୨୦୨୦ ବର୍ଷ ଦିଲ୍ଲୀପ କୁମାର ତାଙ୍କର ଦୁଇ ଭାଇଙ୍କୁ ହରାଇଥିଲେ ।