ଓଡିଶା

odisha

ETV Bharat / sitara

ଫିଲ୍ମ ପାଇଁ ଅସୁସ୍ଥ ହେଲେ ବରୁଣ - ଅସୁସ୍ଥ

ବରୁଣ ଧାୱନ ନିଜ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରୀଡି ସୁଂଟିରେ ବ୍ୟସ୍ତ । ଏହି ଫିଲ୍ମ ପାଇଁ ସେ ଦିନ ରାତି ଏକ କରି ଦେଇଛନ୍ତି । ଯେଉଁ କାରଣରୁ ଅସୁସ୍ଥ ହୋଇପଡିଛନ୍ତି ବରୁଣ ।

ଫାଇଲ ଫଟୋ

By

Published : Jul 27, 2019, 5:38 PM IST

ମୁମ୍ବାଇ: ସବୁଠାରୁ ପରିଶ୍ରମି ଅଭିନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ବରୁଣ ଧାୱନ । ନିଜର ପ୍ରତିଟି ଫିଲ୍ମରେ ସେ ନୁଖୁଣ ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରୀଡି ସୁଂଟିରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଦିନ ରାତି ଏକ କରି ଦେଇଛନ୍ତି । ଯେଉଁ କାରଣରୁ ଅସୁସ୍ଥ ହୋଇପଡିଛନ୍ତି ବରୁଣ ।

ରିପୋର୍ଟ ଅନୁସାରେ, ନିକଟରେ ବରୁନ ଧାୱନ ଷ୍ଟ୍ରିଟ୍ ଡ୍ୟାନ୍ସର ସେଟରେ ଅଚେତ ହୋଇଯାଇଥିଲେ । ଯାହାର ସୂଚନା ବରୁଣ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଦେଇଛନ୍ତି । ରିପୋର୍ଟ ଅନୁସାରେ ଅନେକ ଦିନରୁ ବରୁଣ ଅସୁସ୍ଥ ଅଛନ୍ତି । କିନ୍ତୁ ଏହାପରେ ମଧ୍ୟ ସେ ଲଗାତାର ନିଜର ସୁଂଟି କରିଥିଲେ । ଯାହାଦ୍ବାରା ତାଙ୍କର ସୁଂଟିଙ୍ଗ ଠିକ୍ ସମୟରେ ଶେଷ ହୋଇପାରିବ ।

ତେବେ ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ବରୁଣ ସୁଂଟିଙ୍ଗ ସମୟରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏହାପରେ ସେଠାକୁ ଡାକ୍ତରଙ୍କୁ ଡକା ଯାଇଥିଲା । ଚିକିତ୍ସା ଦ୍ବାରା ଏହା ସ୍ପଷ୍ଟ ହୋଇଥିଲା ଯେ, ବରୁଣଙ୍କ ବ୍ଲଡପ୍ରେସର(ବିପି) ଲୋ ହୋଇଯାଇଛି । ଏହାପରେ ଡାକ୍ତର ତାଙ୍କୁ କିଛି ସମୟ ଆରାମ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ତାର ପରଦିନ ହିଁ ସେ ସେଟ୍‌ରେ ପହଞ୍ଚି ଯାଇଥିଲେ । ଆଉ ସେ ଡବଲ୍ ଶିପ୍ଟ କରିବା ଆରମ୍ଭ କରିଦେଇଥିଲେ ।

ରିପୋର୍ଟ ଅନୁସାରେ, ବରୁଣ ରେମୋ ଡିସୋଜାଙ୍କୁ କହିଥିଲେ ସେ ଡବର୍ଲ ଶିପ୍ଟ କିରବାକୁ ଚାହୁଁଛନ୍ତି । କାରଣ ସିଡ୍ୟୁଲ ଅନୁସାରେ, ସୁଂଟିର କାମ ଜୁଲାଇ 26ରେ ସମୂର୍ଣ୍ଣ ହେବାର ଥିଲା । ଯାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ABOUT THE AUTHOR

...view details