ଓଡିଶା

odisha

ସିବିଆଇ କରିବ ସୁଶାନ୍ତଙ୍କ କେସର ତଦନ୍ତ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

By

Published : Aug 19, 2020, 11:42 AM IST

Updated : Aug 19, 2020, 12:08 PM IST

ଦୀର୍ଘ ସମୟରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ଦାବି କରି ଆସୁଥିବା ପରିବାର ଲୋକଙ୍କୁ ମିଳିଲା ଆଶ୍ବସ୍ତି । ସିବିଆଇକୁ ସୁଶାନ୍ତଙ୍କ ମାମଲା ହସ୍ତାନ୍ତର କଲେ ସୁପ୍ରିମକୋର୍ଟ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଆଜି ପୁରା ଦେଶର ନଜର ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ଉପରେ ଥିଲା । ଏବେ ସାମ୍ନାକୁ ଆସିଯାଇଛି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । ଦେଶବାସୀଙ୍କ ପ୍ରାର୍ଥନାର ଫଳ ମିଳିଛି । କାରଣ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏଥର ସିବିଆଇ ସମ୍ଭାଳିବ ସୁଶାନ୍ତଙ୍କ କେସ । ସିବିଆଇକୁ ସୁପ୍ରିମକୋର୍ଟ ତରଫରୁ ମିଳିଲା ଅନୁମତି । ଯାହାକୁ ନେଇ ଖୁସି ଦେଶବାସୀ ।

ଏହାସହ ମୁମ୍ବାଇ ପୋଲିସକୁ ଏଯାବତ କରିଥିବା ତଦନ୍ତର ଡିଟେଲ୍ସ ସିବିଆଇକୁ ହସ୍ତାନ୍ତର କରିବାକୁ ଆଦେଶ ଦିଆଯାଇଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିହାର ସରକାର ଏହି ମାମଲାକୁ ସିବିଆଇକୁ ପଠାଇବାର ଅଧିକାର ରହିଛି। ସିବିଆଇ ଚାହିଁଲେ ଏକ ନୂଆ ମାମଲା ଦାଖଲ କରିପାରିବ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ପିତା କେକେ ସିଂ ବିହାରରେ ରିଆଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହାକୁ ମୁମ୍ବାଇକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟରେ ରିଆ ଯାଚିକା ଦାଖଲ କରିଥିଲେ । ଯାହାକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି । ସେହିପରି ଗତ ମଙ୍ଗଳବାର ଶୁଣାଣି ପରେ ଜଷ୍ଟିସ୍ ହୃଷିକେଶ ରାୟଙ୍କ ବେଞ୍ଚ ଏହି ରାୟକୁ ସଂରକ୍ଷିତ ରଖିଥିଲେ।

Last Updated : Aug 19, 2020, 12:08 PM IST

For All Latest Updates

ABOUT THE AUTHOR

...view details