ଓଡିଶା

odisha

ETV Bharat / sitara

କୋରୋନା କବଳରେ ରଙ୍ଗୀଲା ଗାର୍ଲ

ବଲିଉଡ଼ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଳା ମାତୋଣ୍ଡକର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ବଲିଉଡ଼ ଅଭିନେତ୍ରୀ ଉର୍ମିଳାଙ୍କୁ କୋରୋନା
ବଲିଉଡ଼ ଅଭିନେତ୍ରୀ ଉର୍ମିଳାଙ୍କୁ କୋରୋନା

By

Published : Oct 31, 2021, 5:07 PM IST

ମୁମ୍ବାଇ:ବଲିଉଡ଼ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଳା ମାତୋଣ୍ଡକର ରବିବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ହୋମ କ୍ବାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଏ ସମ୍ପର୍କରେ ସେ ଟ୍ବିଟ କରି ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ କୋଭିଡ଼ ପରୀକ୍ଷା କରାଇ ନେବାକୁ ଦେଇଛନ୍ତି ପରାମର୍ଶ ।

ଏହି ୪୭ ବର୍ଷୀୟ ଅଭିନେତ୍ରୀ ଏ ସମ୍ପର୍କରେ ଟ୍ବିଟରରେ ସୂଚନା ଦେଇ ଲେଖିଛନ୍ତି ଯେ ସେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ରହିଛନ୍ତି ଏବଂ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯଥାଶୀଘ୍ର କୋଭିଡ଼ ଟେଷ୍ଟ କରିବା ପାଇଁ ସେ କହିଛନ୍ତି । ଏହାସହିତ ଦିୱାଲି ସମୟରେ ସମସ୍ତଙ୍କୁ ନିଜର ଯତ୍ନ ନେବା ସହିତ ସତର୍କ ରହିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

ସେପଟେ ଗତ ଶନିବାର ମୁମ୍ବାଇରେ ୩୦୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୫ ହଜାର ୬୩୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬ ହଜାର ୨୪୪ରେ ପହଞ୍ଚିଛି । ସେପଟେ ସକ୍ରିୟ ମାମଲା ରହିଛି ୩୯୬୬ ।

ତେବେ ସୂଚନା ଥାଉ କି ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସରୁ ଟିକେଟ ପାଇଁ ନିର୍ବାଚନ ଲଢିଥିଲେ ଉର୍ମିଳା । କିନ୍ତୁ ସେ ଏଥିରେ ଅସଫଳ ହୋଇଥିଲେ । ଏହାପରେ ସେ ଗତବର୍ଷ ଶିବସେନାରେ ସାମିଲ ହୋଇଥିଲେ ।

@PTI

ABOUT THE AUTHOR

...view details