ମୁମ୍ବାଇ: ବଲିଉଡର ଫେମସ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଗୁରୁବାର ଏକ ସାର୍ବଜନିକ ବୈଠକରେ ନାଗରିକତା ସଂଶୋଧନ ଆଇନ (ସିଏଏ)ର ତୁଳନା 1919 ରଲେଟ ଆକ୍ଟ ସହ କରି ଚର୍ଚ୍ଚାରେ ଆସିଛନ୍ତି । ଏହି ବୈଠକ ସିଏଏ, ରାଷ୍ଟ୍ରିୟ ନାଗରିକ ପଞ୍ଜିକରଣ (ଏନଆରସି) ଓ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର) ବିରୋଧରେ ନନ ଭାଇଲେଣ୍ଟ ପିପୁଲ୍ସ ମୁଭମେଣ୍ଟ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଆୟୋଜିତ କରାଯାଇଥିଲା ।
ସିଏଏକୁ କଳା ଆଇନ କହିଲେ ରଙ୍ଗୀଲା ଗାର୍ଲ - ନାଗରିକତା ସଂଶୋଧନ ଆଇନ
ଅନେକ ବଲିଉଡ ସେଲିବ୍ରିଟିଙ୍କ ପରେ ଏବେ ସିଏଏ ଓ ଏନଆରସି ବିରୋଧରେ ସ୍ବର ଉଠାଇଲେ ଉର୍ମିଲା ମାତୋଣ୍ଡକର । ଏହି ଆଇନ ଇତିହାସରେ କଳା ଆଇନ ରୂପେ ଲେଖାଯିବ ବୋଲି କହିଲେ ଉର୍ମିଲା ।
ଲୋକଙ୍କୁ ସମ୍ବୋଧିତ କରି ଉର୍ମିଲା କହିଥିଲେ ଯେ 1919 ରଲେଟ ଆକ୍ଟ ଓ 2019 ସିଏଏ ଏମିତି ଦୁଇ ଅଧିନିୟମ । ଯାହାକୁ ଇତିହାସରେ କଳା ଆଇନ ରୂପେ ଜଣାଯିବ । ସିଏଏ ଗରିବ ଲୋକମାନଙ୍କ ପାଇଁ । ଏହି ଆଇନ ମୁସଲିମ ବିରୋଧୀ । ଆମେ ଏମିତି ଅଧିନୟମ ଚାହୁଁନାହୁଁ ଯାହା ଧର୍ମ ଆଧାରରେ ଆମ ନାଗରିକତା ସାବ୍ୟସ୍ତ କରୁଛି । ଆମ ସମ୍ବିଧାନରେ ଅଛି ଯେ ଧର୍ମ, ଭାଷା, ଲିଙ୍ଗ କ୍ଷେତ୍ର ଆଧାରରେ ଭେଦଭାବ କରିପାରିବ ନାହିଁ ।
ପ୍ରକାଶ ଥାଉକି ଉର୍ମିଲାଙ୍କ ବ୍ୟତୀତ ଅନେକ ବଲିଉଡ ଷ୍ଟାର୍ସ ପୂର୍ବରୁ ସିଏଏ ଓ ଏନଆରସି ବିରୋଧ ପ୍ରଦର୍ଶନରେ ଯୋଗ ଦେଇସାରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସ୍ବରା ଭାସ୍କର, ପୂଜା ଭଟ୍ଟ, ଫରହାନ ଅଖତର, ହୁମା କୁରୈଶୀ, ନସୀରୁଦ୍ଦୀନ ଶାହ, ମୀରା ନାୟର ଓ କୋଙ୍କଣା ସେନ, ଅନୁରାଗ କଶ୍ୟପ ଭଳି କଳାକାର । ଗତ ବର୍ଷ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସରେ ଯୋଗ ଦେଇ ରାଜନୀତର ଯାତ୍ରା ଆରମ୍ଭ କରିଥିଲେ ଉର୍ମିଲା ।