ମୁମ୍ବାଇ: ମୁମ୍ବାଇ ନର୍ଥ ଲୋକସଭା ସିଟରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ବଲିଉଡର ରଙ୍ଗୀଲା ଗର୍ଲ ଉର୍ମିଲା ମାତୋଣ୍ଡକରଙ୍କ ପ୍ରଚାର ଅଭିଯାନ ସମୟରେ ବିଜେପି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥିଲା । ଦୁଇ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁବ୍ ଝଗଡା ଆରମ୍ଭ ହୋଇଯାଇଥିଲା ।
ପ୍ରକାଶ ଥାଉକି ଆଜି ସକାଳେ କଂଗ୍ରେସ ପ୍ରାର୍ଥୀନୀ ଉର୍ମିଲା ନିର୍ବାଚନ ପ୍ରଚାର କରିବା ପାଇଁ ବୋରିବଲି ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ପିଏମ ନରେନ୍ଦ୍ର ମୋଦିଙ୍କ କିଛି ସମର୍ଥକ ହଠାତ୍ ମୋଦି ମୋଦି ନାରା ଲଗାଇବାରେ ଲାଗିଯାଇଥିଲେ । ଏଥିରେ ରାଗି କଂଗ୍ରେସ କାର୍ଯ୍ୟକର୍ତ୍ତା ଏହାର ଜବାବରେ 'ଚୌକିଦାର ଚୋର ହେ' ନାରା ଲଗାଇଥିଲେ । ଏହାପରେ ଦୁଇ ଦଳ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ଘଟଣା ପରେ ଉର୍ମିଲା ବୋରିବଲୀ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିବାକୁ ପହଞ୍ଚିଥିଲେ । ଦିନ 2ଟାବେଳେ ଉର୍ମିଲା ପ୍ରେସ କନଫ୍ରେନ୍ସରେ ନିଜ ପକ୍ଷ ରଖିଥିଲେ ।
ପ୍ରକାଶ ଥାଉକି 90 ଦଶକର ଅଭିନେତ୍ରୀ ଉର୍ମିଲା ନିକଟରେ କହିଥିଲେ କି ସେ ଜନପ୍ରତିନିଧି ରୂପେ ଲୋକଙ୍କ ମଧ୍ୟରେ ବିଶ୍ବାସ ଜାତ କରିବାକୁ ଚାହୁଁଛନ୍ତି, ଅନ୍ୟ ଷ୍ଟାର ପରି ହାତ ଦେଖାଇ ଭୋଟ ମାଗିବାକୁ ଚାହୁଁନାହାଁନ୍ତି, ସେ ଅନ୍ୟ ପରି ବିଚାରଧାରାରେ ରାଜନୀତିରେ ସାମିଲ ହୋଇନାହାଁନ୍ତି ।