ଓଡିଶା

odisha

ETV Bharat / sitara

ୟୁପି ପୋଲିସକୁ ସାହା 'ମିଶନ ମଙ୍ଗଲ' ପୋଷ୍ଟର

ମଲ୍ଟି ଷ୍ଟାର ଫିଲ୍ମ 'ମିଶନ ମଙ୍ଗଲ'ର ପୋଷ୍ଟର ଜରିଆରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବୁଝାଇଲା ୟୁପି ପୋଲିସ । ଟ୍ବିଟରରେ ସେୟାର କଲା ଫିଲ୍ମ ପୋଷ୍ଟର ।

ଫଟୋ ସୌଜନ୍ୟ: ଟ୍ବିଟର@ୟୁପି ପୋଲିସ

By

Published : Jul 22, 2019, 12:52 PM IST

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ 'ମିଶନ ମଙ୍ଗଲ' ସ୍ବାଧୀନତା ଦିବସରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ରିଲିଜ ପୂର୍ବରୁ 'ମିଶନ ମଙ୍ଗଲ'ର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଛାଇ ଯାଇଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ଦମଦାର ହେବା ସହ ଦର୍ଶକଙ୍କୁ ଉତ୍ସାହିତ କରିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ୟୁପି ପୋଲିସ

ଏହି ଫିଲ୍ମର ଯାଦୁ ଏବେ ୟୁପି ପୋଲିସ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଆଉ ଫିଲ୍ମ ଜରିଆରେ ଜନସାଧାରଣକୁ ପରାର୍ମଶ ଦେବା ଆରମ୍ଭ କରିଦେଇ ପୋଲିସ ।

କଥାଟି ହେଲା କି ୟୁପି ପୋଲିସ 'ମିଶନ ମଙ୍ଗଲ' ଟିମର ଏକ ଫଟୋ ଟ୍ବିଟରରେ ସେୟାର କରି ଲୋକଙ୍କୁ ଟ୍ରାଫିକ ନିୟମ ଆପଣାଇବାକୁ ଏବଂ ପାଳନ କରିବାକୁ ପରାମର୍ଶ ଦେଇଛି । ୟୁପି ପୋଲିସ ଟ୍ବିଟ କରିଥିବା ଫଟୋଟି ନିକଟରେ ଫିଲ୍ମର ପୋଷ୍ଟର ରୂପେ ରିଲିଜ ହୋଇଥିଲା । ଫଟୋରେ ଫିଲ୍ମର ସବୁ କଳାକାର ଏକାଠି ହେଲମେଟ ପିନ୍ଧିଥିବାର ନଜର ଆସୁଛନ୍ତି ।

ଏହାକୁ ସେୟାର କରି ୟୁପି ପୋଲିସ ଲେଖିଛି, "ମିଶନ ମଙ୍ଗଲ ଟିମ ରାସ୍ତା ନିୟମକୁ ସ୍ପେସରେ ମଧ୍ୟ ଭାଙ୍ଗିନାହାଁନ୍ତି । ଏହାକୁ ଆପଣାଆନ୍ତୁ ଏବଂ ରାସ୍ତାରେ ଯିବା ପୂର୍ବରୁ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ।"

ABOUT THE AUTHOR

...view details