ଓଡିଶା

odisha

ETV Bharat / sitara

ଦ୍ବିତୀୟ ବିବାହ କରିଥିଲେ ସୁଶାନ୍ତଙ୍କ ପିତା, ଖବର ଦେଖି ରାଗିଲେ କାମ୍ୟା - ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂଙ୍କ ଦ୍ବିତୀୟ ବିବାହ ଚର୍ଚ୍ଚା

ଟ୍ବିଟ କରି ଲୋକଙ୍କ ଖରାପ ମାନସିକତା ବିଷୟରେ ଜଣାଇଲେ କାମ୍ୟା । ସେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାମ୍ୟା ପଞ୍ଜାବୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାମ୍ୟା ପଞ୍ଜାବୀ

By

Published : Aug 12, 2020, 1:14 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ମାସ ହେବାକୁ ବସିଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । ବର୍ତ୍ତମାନ ସିବିଆଇ ସୁଶାନ୍ତଙ୍କ ମାମଲାରେ ଯାଞ୍ଚ କରୁଛି । ସେହିପରି ସୋସିଆଲ ମିଡିଆରେ ତାଙ୍କ ଆତ୍ମହତ୍ୟାକୁ ଅନେକ ଲୋକ ଯୋଜନାବଦ୍ଧ ହତ୍ୟା କହି ନ୍ୟାୟ ଦାବି କରିବାରେ ଲାଗିଛନ୍ତି । ଖାଲି ଏତିକି ନୁହେଁ ତାଙ୍କୁ ନେଇ ପ୍ରତି ଦିନ କିଛି ନା କିଛି କାହାଣୀ ଶୁଣିବାକୁ ମିଳୁଛି । ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ସୁଶାନ୍ତଙ୍କ ପିତା କେକେ ସିଂ ଦ୍ବିତୀୟ ବିବାହକୁ ନେଇ ପୁଅ ସହ ଭଲ ସମ୍ପର୍କ ନଥିଲା । ଏବେ ଏହି ଖବର ଉପରେ ଟିଭିର ପପୁଲାର ଅଭିନେତ୍ରୀ କାମ୍ୟା ପଞ୍ଜାବୀ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ।

ସେ ଟ୍ବିଟ କରିଛନ୍ତି, ‘ଆଶ୍ଚର୍ଯ୍ୟକର କଥା କହୁଛନ୍ତି ଲୋକେ । ପିତା ଯଦି ଦ୍ବିତୀୟ ବିବାହ କଲେ ତେବେ କଣ ହେଲା । ଖୁସି ରହିବାର ଅଧିକାର ସମସ୍ତଙ୍କର ଅଛି । କେଉଁ ଯୁଗର ଚିନ୍ତାଧାରା ନେଇ ବୁଲୁଛନ୍ତି ସମସ୍ତେ । ପୁଅ ଅସନ୍ତୋଷ ଥିଲେ । ଏକଥା ଆମେ ମାନୁନାହୁଁ । ଯଦି ମାନି ବି ନେଉଛି, ତାହାଲେ ତୁମେମାନେ କଣ ସାବ୍ୟସ୍ତ କରିବାକୁ ଚାହୁଁଛ। ଜଷ୍ଟିସ ଫର ସୁଶାନ୍ତ।’

କାମ୍ୟାଙ୍କ ଏହି ଟ୍ବିଟକୁ ସୁଶାନ୍ତଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରି କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । ପ୍ରକାଶ ଥାଉକି ଗତ କିଛି ଦିନ ପୂର୍ବେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ଯେ ସୁଶାନ୍ତଙ୍କ ପିତା ଦ୍ବିତୀୟ ବିବାହ କରିଥିଲେ । ଏଥିପାଇଁ ସୁଶାନ୍ତ ପିତାଙ୍କ ସହ କେବେ ଭଲରେ କଥାବାର୍ତ୍ତା କରୁନଥିଲେ। ଯାହାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ ସୁଶାନ୍ତ ।

For All Latest Updates

ABOUT THE AUTHOR

...view details