ମୁମ୍ବାଇ: ‘ବିଗବସ 13’ ବିଜେତା ତଥା ଟେଲି ଆକ୍ଟର ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ନୂଆ ଚର୍ଚ୍ଚା । ନିକଟରେ ତାଙ୍କ ଡେବ୍ୟୁ ସିରିଜ 'Broken But Beautiful 3' ଟ୍ରେଲ ରିଲିଜ ହୋଇଥିଲା । ଏମାସ 29ରେ ଅଲ୍ଟା ବାଲାଜୀରେ ଷ୍ଟ୍ରିମିଂ ହେବ ଏହି ସିରିଜ । ଇତିମଧ୍ୟରେ ତାଙ୍କ ହାତରେ ଲାଗିଛି ଆଉ ଏକ ବଡ ପ୍ରୋଜେକ୍ଟ । ଶୁଣିବାକୁ ମିଳୁଛି ସେ ଖୁବଶୀଘ୍ର ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।
‘ଆଦିପୁରୁଷ’ ରାମାୟଣ କାହାଣୀକୁ ନେଇ ଆଧାରିତ ଏକ ଐତିହାସିକ ଫିଲ୍ମ । ଚର୍ଚ୍ଚା ଜୋର ଧରିଛି ଯେ ସିଦ୍ଧାର୍ଥ ଏହି ଫିଲ୍ମରେ ରାବଣ ଏବଂ ମନ୍ଦୋଦରୀଙ୍କ ପୁଅ ମେଘନାଦଙ୍କ ଭୂମିକାରେ ଅଭିନୟ କରିବେ ।