ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ପରେ ଏବେ ପ୍ରାୟ ସେଲିବ୍ରିଟି ଡିପ୍ରେସନ ବିଷୟରେ ଖୁଲମଖୁଲା ଆଲୋଚନା କରୁଥିବାର ନଜର ଆସୁଛନ୍ତି । ଟିଭିର ପପୁଲାର ସିରିୟଲ ‘କସୌଟି ଜିନ୍ଦେଙ୍ଗୀ କି’ ଅଭିନେତା ପାର୍ଥ ସମଥାନ ମଧ୍ୟ ନିଜ ଡିପ୍ରେସନ ବିଷୟରେ କହି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତାଙ୍କୁ ଲକଡାଉନ ସମୟରେ ଡିପ୍ରେସନ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା ।
ଲକଡାଉନରେ ଡିପ୍ରେସନର ଶିକାର ହୋଇଥିଲେ ପାର୍ଥ - ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା
ସୋସିଆଲ ମିଡିଆରେ ନିଜ ଡିପ୍ରେସନ କଥା କହି ବର୍ତ୍ତମାନ ଚର୍ଚ୍ଚାରେ ଛୋଟ ପରଦାର ଅନୁରାଗ ବାସୁ ତଥା ପାର୍ଥ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପାର୍ଥ ସମଥାନ
ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଖୁଲାସା କରି ଲେଖିଛନ୍ତି, ‘ଲକଡାଉନ ସମୟରେ ମତେ ଡିପ୍ରେସନ ଓ ଦୁଃଖର ସାମ୍ନା କରିବାକୁ ପଡିଥିଲା । ଏହା ସେହି ସମୟ ଯାହା ଆମକୁ ଆହୁରି ମଜବୁତ କରିଥାଏ । ଆଉ ଆଗକୁ ବଢିବାକୁ ପ୍ରୋତ୍ସାହିତ କରୁଛି । ଯେଉଁଦିନ ଏହି ମହାମାରୀ ଶେଷ ହୋଇଯିବ ଆମେ ପୁଣିଥରେ ଏହି ଦୁନିଆର ସାମ୍ନା କରିବାକୁ ପ୍ରସ୍ତୁତି ହୋଇଯାଇଥିବା।’
ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ପାର୍ଥ ସେହି ସମୟରେ ଚର୍ଚ୍ଚାରେ ଆସିଥିଲେ ଯେବେ ଫେମସ ପ୍ରଯୋଜକ ବିକାସ ଗୁପ୍ତା ତାଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଯେ ସେ ତାଙ୍କୁ ମାନସିକ ରୂପେ ହଇରାଣ କରୁଛନ୍ତି ।