ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ରହିଥିବା ଅଭିନେତା ତୁଷାର କପୁର ନିକଟରେ ଅଲ୍ଟ ବାଲାଜୀର ଏକ ହରର ୱେବ ସିରିଜରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ସିରିଜକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି । ସେ ଅଭିନୟ ଠାରୁ ଅଧିକା ନିଜ ପୁଅ ଲକ୍ଷଙ୍କୁ ନେଇ ଚର୍ଚ୍ଚାରେ ଆସିଥାଆନ୍ତି । ପ୍ରାୟତଃ ତାଙ୍କୁ ଲକ୍ଷ ସହ ଟାଇମ ସ୍ପେଣ୍ଡ କରୁଥିବାର ଦେଖିବାକୁ ମିଳିଥାଏ । ଇତିମଧ୍ୟରେ ସେ ପୁଅଙ୍କୁ ନେଇ ନିଜ ମନ କଥା ସମସ୍ତଙ୍କ ସହ ସେୟାର କରିଛନ୍ତି ।
ସେ ନିକଟରେ କହିଥିଲେ କି ସେ ଚାହୁଁନାହାଁନ୍ତି ତାଙ୍କ ପୁଅ ତାଙ୍କ ଅଭିନୀତ ଫିଲ୍ମ ଦେଖନ୍ତୁ । ଏକ ସାକ୍ଷାତକାର ସମୟରେ ତୁଷାର ଏହି କଥାର ଖୁଲାସା କରିଥିଲେ ଆଉ କହିଥିଲେ କି ଏବେ ସେ ପିତା ହୋଇସାରିଲେଣି । ଲକ୍ଷଙ୍କୁ ତାଙ୍କର ଯେବେ ମଧ୍ୟ ଆବଶ୍ୟକ ପଡିପାରେ, ତେବେ ସେ ସେଠାରେ ଉପସ୍ଥିତ ରହିବେ ସବୁ କାମ ଛାଡି ।