ଓଡିଶା

odisha

ETV Bharat / sitara

ହାପି ବର୍ଥ ଡେ’ ବେବୋ: ଆସିଥାନ୍ତେ ହ୍ରିତିକଙ୍କ ସହ, ଆସିଲେ ଅଭିଷେକଙ୍କୁ ନେଇ...

ଆଜି ବଲିଉଡର ବେବୋ କରୀନା କପୁର ଖାନଙ୍କ ଜନ୍ମଦିନ । ୪୧ ବର୍ଷ ବୟସରେ ପାଦ ଥାପିଛନ୍ତି କରିନା । ଅଧିକ ପଢନ୍ତୁ...

By

Published : Sep 21, 2021, 7:37 AM IST

Updated : Sep 21, 2021, 8:40 AM IST

୪୧ ବର୍ଷ ବୟସରେ ପାଦ ଥାପିଲେ ବେବୋ
୪୧ ବର୍ଷ ବୟସରେ ପାଦ ଥାପିଲେ ବେବୋ

ମୁମ୍ବାଇ: ଆଜି ବଲିଉଡର ବେବୋ କରୀନା କପୁର ଖାନଙ୍କ ଜନ୍ମଦିନ । ୪୧ ବର୍ଷ ବୟସରେ ପାଦ ଥାପିଛନ୍ତି କରୀନା । ବଡ ରୋଚକପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା ବେବୋଙ୍କ ଫିଲ୍ମ କ୍ୟାରିଅର । ନିର୍ମାତା ରାକେଶ ରୋଶନଙ୍କ କହୋନା ପ୍ୟାର ହୈରେ ହ୍ରିତିକ ରୋଶନଙ୍କ ସହ ଡେବ୍ୟୁ କରିଥାନ୍ତେ କରୀନା । କିନ୍ତୁ ହ୍ରିତିକ ନିର୍ଦ୍ଦେଶକଙ୍କ ପୁଅ ହୋଇଥିବାରୁ ଫିଲ୍ମରେ ତାଙ୍କୁ ଅଧିକ ଫୋକସ କରାଯାଉଥିବା ଅଭିଯୋଗ କରି ଓହରି ଯାଇଥିଲେ କରୀନା । ପରେ 2000 ମସିହାରେ ୱାର ଡ୍ରାମା ରେଫ୍ୟୁଜିରେ ଅଭିଷେକ ବଚ୍ଚନଙ୍କ ସହ ଡେବ୍ୟୁ କରିଥିଲେ କରୀନା ।

କରୀନା କପୁର ଖାନ ବଲିଉଡର ନାମିଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ୨୦୦୧ରେ କଭି ଖୁସି କଭି ଗମରେ ଦମଦାର ଅଭିନୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ । ଏହା ପରଠୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନିଜର ଖଟା ମିଠା ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ କରୀନା । ବଡିଗାର୍ଡ, ଥ୍ରି-ଇଡିଅଟ , ତଲାସ,ହଲଚଲ, ଜବ ଉଇ ମେଟ, ଗୋଲମାଲ ୩ ଓ ବଜରଙ୍ଗୀ ଭାଇଜାନ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରି ଟପ ହିରୋଇନ ସାଜିଥିଲେ କରୀନା ।

ତେବେ ଅଭିନେତା ସୈଫ ଅଲି ଖାନଙ୍କୁ ବିବାହ ପରେ ମଧ୍ୟ ବଲିଉଡରେ ଏବେବି ସକ୍ରିୟ ରହିଛନ୍ତି କରୀନା । ଆଗକୁ ତାଙ୍କ ଫିଲ୍ମ 'ଲାଲ ସିଂ ଚଡ୍ଡା' ପରଦାକୁ ଆସିବ । ଦୀର୍ଘ ଦିନର ସୁଟିଂ ବିରତି ପରେ ସେ ଏବେ ପୁଣି ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏନେଇ କିଛିଦିନ ତଳେ ଇଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରି ଜଣାଇଥିଲେ । 'ଲାଲ ସିଂ ଚଡ୍ଡା' ଫିଲ୍ମରେ କରୀନା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ସହ ନଜର ଆସିବେ ଅମିର ଖାନ । ତେବେ ନିଜର ୨ ପୁତ୍ର ସନ୍ତାନ ଓ ସ୍ବାମୀ ସୈଫଙ୍କ ସହ ଏବେ ବେଶ ଖୁସି ଅଛନ୍ତି କରୀନା । ପ୍ରଖ୍ୟାତ କଳାକାର ରଣଧୀର କପୁର ଓ ବବିତାଙ୍କ ବଡ ଝିଅ କରିସ୍ମା ଓ ସାନ ଝିଅ କରୀନା । ଦୁଇ ଭଉଣୀ ନାୟିକା ଭାବେ ବଲିଉଡରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।

Last Updated : Sep 21, 2021, 8:40 AM IST

ABOUT THE AUTHOR

...view details