ଓଡିଶା

odisha

ETV Bharat / sitara

20 କୋଟି ଟିକସ ଫାଙ୍କି, ସୋନୁ କହିଲେ ‘ସମୟ କହିବ ସତ’ - ଆୟକର ବିଭାଗ

ବଲିଉଡ଼ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଟିକସ ଚୋରି ଅଭିଯୋଗ । ମୁହଁ ଖୋଲିଲେ ଅଭିନେତା । କହିଲେ ସମୟ କହିବ ସତ । ଅଧିକ ପଢନ୍ତୁ...

ସୋନୁଙ୍କ ବିରୋଧରେ ଟିକସ ଚୋରି ଅଭିଯୋଗ, ମୌନ ଭାଙ୍ଗିଲେ ଅଭିନେତା
ସୋନୁଙ୍କ ବିରୋଧରେ ଟିକସ ଚୋରି ଅଭିଯୋଗ, ମୌନ ଭାଙ୍ଗିଲେ ଅଭିନେତା

By

Published : Sep 20, 2021, 1:44 PM IST

ମୁମ୍ବାଇ: ସୋନୁଙ୍କ ଚ୍ୟାରିଟି ସଂସ୍ଥା ବିରୋଧରେ ୨୦ କୋଟି ଟଙ୍କାର ଟିକସ ଚୋରି ଅଭିଯୋଗ ଆଣିଛି ଆୟକର ବିଭାଗ । ଏହାସହିତ ସେ ୨.୧ କୋଟି ଟଙ୍କା ବିଦେଶକୁ ଦାନ କରିଥିବା ବେଳେ ୬୫ କୋଟି ଟଙ୍କାର ନେଣଦେଣ ଅଭିଯୋଗ ହୋଇଛି । ତେବେ ଏହା ବିରୋଧରେ ମୁହଁ ଖୋଲିଛନ୍ତି ଅଭିନେତା । ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏ ନେଇ ଏକ ନୋଟ ସେୟାର କରି ଲେଖିଛନ୍ତି ଯେ "ସମୟ କହିବ ସତ ।"

ସେ ଲେଖିଛନ୍ତି ଯେ,"ତୁମେ ସବୁବେଳେ ନିଜ ପକ୍ଷର କାହାଣୀ କହିପାରିବ ନାହିଁ । ସମୟ ସତ କହିବ । ଦେଶବାସୀଙ୍କୁ ସହାୟତା ଯୋଗାଇବା ପାଇଁ ମୁଁ ମନ ପ୍ରାଣ ଦେଇ ଏହି କାର୍ଯ୍ୟକୁ ଆଗେଇ ଆଣିଛି । ମୋ ଆକାଉଣ୍ଟରେ ଥିବା ପ୍ରତ୍ୟେକ ଟଙ୍କା ଏକ ମୂଲ୍ୟବାନ ଜୀବନ ବଞ୍ଚାଇବା ଏବଂ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଅପେକ୍ଷା କରିଛି " । ଏହାସହିତ ସେ ବିଜ୍ଞାପନ କରି ପାଉଥିବା ଏଣ୍ଡୋର୍ସମେଣ୍ଟ ଫି ବା ଅର୍ଥଗୁଡ଼ିକୁ ଦାନ ଆକାରରେ ଲୋକମାନଙ୍କ ସହାୟତା ଲାଗି ଦେବା ପାଇଁ ବ୍ରାଣ୍ଡଗୁଡିକୁ କହୁଥିବା ମଧ୍ୟ କହିଛନ୍ତି । ତେବେ ଏହି ଅର୍ଥ ମଧ୍ୟ ତାଙ୍କୁ ସାମାଜିକ ସେବା କାର୍ଯ୍ୟରେ ସହାୟତା ଯୋଗାଇଛି ବୋଲେ କହିଛନ୍ତି ସୋନୁ ।

ଏହା ବି ପଢନ୍ତୁ: ୨୦ କୋଟି ଟିକସ ଚୋରି କରିଛନ୍ତି ସୋନୁ, ଅଭିଯୋଗ କଲା ଆୟକର ବିଭାଗ

ସେ କିଛି ଅତିଥିଙ୍କ ଚର୍ଚ୍ଚା କରିବାରେ ବ୍ୟସ୍ତ ଥିଲେ । ଏଥିଲାଗି ସେ ଗତ ୪ ଦିନ ଧରି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇପାରିନଥିଲେ । ତେବେ ସେ ଲୋକଙ୍କ ସେବା କାର୍ଯ୍ୟ ପାଇଁ ପୁଣି ଫେରିଛନ୍ତି ବୋଲି କହିଛନ୍ତି । ଆୟକର ବିଭାଗ ବା ଇନକମ ଟାକ୍ସର ଅଭିଯୋଗ କ୍ରମେ ସୋନୁ ୨୦ କୋଟି ଟଙ୍କାର ଟିକସ ଚୋରି କରିଛନ୍ତି । ଏହାସହିତ ଠକ ସଂସ୍ଥାରୁ ଲୋନ ନେଇ ସେଥିରେ ଅର୍ଥ ମଧ୍ୟ ଜମା କରିଛନ୍ତି । ଏହାସହିତ କିଛି ବିଦେଶୀ ଦାନକାରୀଙ୍କଠାରୁ ତାଙ୍କ ଚ୍ୟାରିଟି ସଂସ୍ଥା ଦାନ ଆକାରରେ ଅର୍ଥକୁ ସଂଗ୍ରହ କରିଛି ବୋଲି ମଧ୍ୟ କୁହାଯାଇଛି । ଯାହାକି ବୈଦେଶିକ ଯୋଗଦାନ ନିୟମାବଳୀ ଆଇନ(FCRA)କୁ ଉଲ୍ଲଘଂନ କରୁଛି ।

@ANI

ABOUT THE AUTHOR

...view details