ଓଡିଶା

odisha

By

Published : May 4, 2020, 7:27 AM IST

ETV Bharat / sitara

ଋଷି ଏବଂ ଇରଫାନଙ୍କ ଅକାଳ ବିୟୋଗରେ ଫ୍ୟାନ୍ସଙ୍କୁ ସାନ୍ତ୍ୱନା ପ୍ରଦାନ କଲେ ବିଗ ବି

ନିକଟରେ ଅଭିନେତା ଋଷି କପୁର ଏବଂ ଇରଫାନ ଖାନଙ୍କ ଅକାଳ ବିୟୋଗ ଖବର ଶୁଣି ଚଳଚ୍ଚିତ୍ର ଜଗତରେ ଏବଂ ସେମାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା । ତେଣୁ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଦୁଇ ଜଣ ଅଭିନେତାଙ୍କ ଦେହାନ୍ତକୁ ନେଇ ଲୋକମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

Time to be positive: Big B tries to bring smile on grieving fans' face
ଋଷି ଏବଂ ଇରଫାନଙ୍କ ଅକାଳ ବିୟୋଗରେ ଲୋକମାନଙ୍କୁ ସାନ୍ତ୍ୱନା ପ୍ରଦାନ କଲେ ବିଗ ବି

ମୁମ୍ବାଇ: ଅଭିନେତା ଋଷି କପୁର ଏବଂ ଇରଫାନ ଖାନଙ୍କ ଅକାଳ ବିୟୋଗ ଖବର ଶୁଣି ଚଳଚ୍ଚିତ୍ର ଜଗତରେ ଏବଂ ସେମାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା ।

ମେଗାଷ୍ଟାର ଅମିତାଭ ବଚ୍ଚନ ରବିବାର 1977 ବ୍ଲକବଷ୍ଟର ଚଳଚ୍ଚିତ୍ର ଅମର ଆକବର ଆନ୍ଥୋନୀ ଫିଲ୍ମର ଏକ ମଜାଳିଆ କ୍ଲିପ ଭିଡିଓ ସେୟାର କରି ଲୋକମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥିଲେ ।

ଦୁଇ ମିନିଟ ଏବଂ 19 ସେକେଣ୍ଡ ଲମ୍ବା ଭିଡିଓରେ, ଅଭିନେତା ନିଜକୁ ଦର୍ପଣ ଆଡକୁ ଚାହିଁ ମଦ୍ୟପାନ କରି କିଛି କହୁଥିବାର ନଜର ଆସିଛନ୍ତି ।

'ଅମର ଆକବର ଆନ୍ଥୋନୀ'ରୁ ଏକ ମଜାଳିଆ କ୍ଲିପ ପୋଷ୍ଟ କରି ବିଗ ବି ଲେଖିଛନ୍ତି ଯେ, ଦୁଖ ଚିରସ୍ଥାୟୀ ଅଟେ । ଦୁଖ ଆମକୁ କେବେ ଛାଡିବ ନାହିଁ, କିନ୍ତୁ ବର୍ତ୍ତମାନ ଆମକୁ ସକରାତ୍ମକତାର ସହିତ ରହିବାର ସମୟ ଅଟେ । ତେଣୁ ମୁହଁରେ ହସକୁ ଫେରାଇ ଆଣ ।

କେବଳ ମଜାଳିଆ ଚଳଚ୍ଚିତ୍ରର କ୍ଲିପ ନୁହେଁ, ବିଗ ବି ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ମଧ୍ୟ ଲୋକମାନଙ୍କ ମୁହଁରେ ହସ ଆଣିବାକୁ ଚେଷ୍ଟା କରିଛନ୍ତି ।

ଏହି ଫଟୋର କ୍ୟାପସନରେ ବିଗ ବି ଲେଖିଥିଲେ ଯେ, ଗତକାଲି....ଯେତେବେଳେ ମୁଁ ପାଞ୍ଚ ବର୍ଷ ପୂର୍ବେ ଏହାକୁ ପିନ୍ଧିଥିଲି, ସେତେବେଳେ ଏହା ମତେ ଫିଟ ହେଉଥିଲା । 1977 ରେ ମୁକ୍ତିଲାଭ କରିଥିବା ଅମର ଆକବର ଆନ୍ଥୋନୀରେ ଋଷି କପୁର ଏବଂ ବିନୋଦ ଖାନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details