ଗୋରଖପୁର: ଟେଲିଭିଜନ ଏବଂ ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ମିଶ୍ର ଗୋରଖନାଥଙ୍କ ତପୋଭୂମିରେ ପହଞ୍ଚି ଗୁରୁ ଗୋରଖନାଥ ମନ୍ଦିରର ବାବା ଗୋରଖନାଥଙ୍କୁ ଦର୍ଶନ କରିଛନ୍ତି ।
ଇଟିଭି ଭାରତ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ସଞ୍ଜୟ କହିଛନ୍ତି ଯେ, ଅତୀତରେ ଏବଂ ବର୍ତ୍ତମାନ ଗୋରଖପୁରରେ ଅନେକ ପରିବର୍ତ୍ତନ ଆସିଛି । ଯୋଗୀ ଜି ମଧ୍ୟ ରାଜ୍ୟ ସହିତ ଗୋରଖପୁରର ସମ୍ପୂର୍ଣ୍ଣ ବିକାଶ କରିଛନ୍ତି । ମୁଁ ଜଣେ କଳାକାର ଭାବରେ କୌଣସି ପ୍ରକାର ଭେଦଭାବ କରେ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ରାଜ୍ୟରେ ଏକ ଆଧୁନିକ ଫିଲ୍ମ ସିଟି ନିର୍ମାଣ ଉପରେ କହିଛନ୍ତି ଯେ, ଏହି ଫିଲ୍ମ ସିଟି ସମଗ୍ର ଦେଶର ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ । ଦେଶର ବିଭିନ୍ନ ପ୍ରାନ୍ତର ଲୋକମାନେ ଏଠାକୁ ଆସି ଦେଶର ସୌନ୍ଦର୍ଯ୍ୟ ବିଦେଶରେ ବିସ୍ତାର କରିବେ ।