ନୂଆଦିଲ୍ଲୀ: ଅଭିନେତ୍ରୀ ବିପାଶା ବସୁ ଏବଂ ସ୍ୱାମୀ କରଣ ସିଂ ଗ୍ରୋଭର ବଲିଉଡର ବହୁ ଜଣାଶୁଣା ଦମ୍ପତି । ଏହି ଲକଡାଉନ ସମୟରେ ଦୁହେଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ଏହି ଯୋଡି ସୋସିଆଲ ମିଡିଆରେ ତାଙ୍କର ଦୈନିକ କାର୍ଯ୍ୟକଳାପର ଅପଡେଟ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।
ନିକଟରେ,‘ରାଜ୍’ ଅଭିନେତ୍ରୀ ତାଙ୍କ ଛୁଟିଦିନର ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁହେଁ ବିଚ୍ ରେ ସି ଫୁଡ ଖାଉଥିବାର ଦେଖିବାକୁ ମିଳିଛି ।