ହାଇଦ୍ରାବାଦ:ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ଚହଳ ପକାଇଛି । ପ୍ରେକ୍ଷାଳୟରେ ଅନ୍ୟ ଫିଲ୍ମ ରିଲିଜ୍ ଏବଂ କମ୍ ପ୍ରଚାର ସତ୍ତ୍ବେ ବି ଚଳଚ୍ଚିତ୍ରଟି ପଇସା ଅସୁଲ କରିଦେଇଛି । 'କାଶ୍ମୀର ଫାଇଲ୍ସ' ପାଞ୍ଚ ଦିନରେ 59 କୋଟି ଟଙ୍କା ରୋଜଗାର କରିଛି । ତେବେ ଗୋଟେ ପଟେ ବକ୍ସ ଅଫିସରେ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ କାହାଣୀକୁ ବିରୋଧ କରି ରାଜରାସ୍ତାରେ, ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି ।
କାଶ୍ମୀର ଫାଇଲ୍ ବକ୍ସ ଅଫିସ୍ କଲେକ୍ସନ ଡେ' 5
'ଦ କାଶ୍ମୀର ଫାଇଲ୍ସ' ଚାରି ଦିନ ମଧ୍ୟରେ ବକ୍ସ ଅଫିସରେ 47.85 କୋଟି ଟଙ୍କା ରୋଜଗାର କରିଥିଲା । ଏଥି ସହିତ, 5 ଦିନରେ 17 କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଫିଲ୍ମର ମୋଟ ସଂଗ୍ରହ 59 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ରର ଦ୍ୱିତୀୟ ସପ୍ତାହ ସଂଗ୍ରହ ପ୍ରଥମ ସପ୍ତାହ ଅପେକ୍ଷା ଅଧିକ ହେବ ବୋଲି ଆଶା କରାଯାଉଛି । ଆମେ ନିଶ୍ଚିତ ଯେ ଏହା ଶୀଘ୍ର 100 କୋଟି ଟଙ୍କା କ୍ଲବରେ ପ୍ରବେଶ କରିବ । ସମସ୍ତ ଆଖି ଏବେ ହୋଲି ଅର୍ଥାତ ଛୁଟିଦିନରେ ଯାଇ ରହିଛି । ତେବେ ମାର୍ଚ୍ଚ 18ରେ ମୁକ୍ତିଲାଭ କରୁଥିବା ଅକ୍ଷୟ କୁମାରଙ୍କ 'ବଚ୍ଚନ ପାଣ୍ଡେ' ସହିତ ମୁକାବିଲା ଦେଖିବା ବି ମଜାଦାର ହେବ ।
ଏହା ବି ପଢନ୍ତୁ: The Kashmir Files: ଫିଲ୍ମ ଦେଖିବାକୁ ମିଳିବ ଅଧା ଦିନ ଛୁଟି !
କଲେକ୍ସନ
ପ୍ରଥମ ଦିନ (ପ୍ରଥମ ଶୁକ୍ରବାର) - 3.55 କୋଟି ଟଙ୍କା
ଦିନ 2 (ପ୍ରଥମ ଶନିବାର) - 8.5 ଟଙ୍କା
ଦିନ 3 (ପ୍ରଥମ ରବିବାର) - 15.1 କୋଟି ଟଙ୍କା