ଓଡିଶା

odisha

By

Published : Jan 9, 2021, 6:36 PM IST

ETV Bharat / sitara

ଫରହାନଙ୍କ ବର୍ଥଡେରେ ପ୍ରେମ ଭରା ପୋଷ୍ଟ ସେୟାର କଲେ ଗାର୍ଲଫ୍ରେଣ୍ଡ ଶିବାନୀ

ଆଜି ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତର ନିଜର 47 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଫରହାନଙ୍କ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର ମଧ୍ୟ ତାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

Thank you for being all mine: Shibani Dandekar shares love-filled post on Farhan Akhtar's birthday
ଫରହାନଙ୍କ ବର୍ଥଡେରେ ପ୍ରେମ ଭରା ପୋଷ୍ଟ ସେୟାର କଲେ ଗାର୍ଲଫ୍ରେଣ୍ଡ ଶିବାନୀ

ହାଇଦ୍ରାବାଦ: ଆଜି ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତର ନିଜର 47 ତମ ଜନ୍ମଦିନ ପାଳନ କରୁଛନ୍ତି ।

ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ଫରହାନଙ୍କ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର ମଧ୍ୟ ତାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।

ଫରହାନଙ୍କୁ ତାଙ୍କର 47ତମ ଜନ୍ମଦିନରେ ଶିବାନୀ ଇନଷ୍ଟାଗ୍ରାମରେ ଏକ ପ୍ରେମ ଭରା ପୋଷ୍ଟ ଲେଖିଛନ୍ତି ।

ଶିବାନୀ ଲେଖିଛନ୍ତି, "ମୋ ଜୀବନର ପ୍ରେମ ପାଇଁ, ମୋର ସର୍ବୋତ୍ତମ ବନ୍ଧୁ, ମୋର ଲୁଡୁ ପାର୍ଟନର ... ତୁମେ ମୋ ହାତ ଧରିଥିବାରୁ ମୁଁ ଭାଗ୍ୟବାନ । ତୁମେ ଜଣେ କଳାକାରଙ୍କର ସୁନ୍ଦର ପ୍ରତିଭାବାନ ପ୍ରତିଭା । ଜନ୍ମଦିନର ଶୁଭେଚ୍ଛା ମୋର ଫୋ @ @faroutakhtar." ।

ଶିବାନୀଙ୍କ ପୋଷ୍ଟର ଉତ୍ତରରେ ଫରହାନ୍ କମେଣ୍ଟ ବକ୍ସରେ ଲେଖିଛନ୍ତି, "ଆଇ ଲଭ ୟୁ" ।

ଫରହାନ ଏବଂ ଶିବାନୀ ଦୀର୍ଘଦିନ ହେଲା ରିଲେସନଶିପରେ ଅଛନ୍ତି । ପାଖାପାଖି ୨ ବର୍ଷ ଉଭୟ ପରସ୍ପରଙ୍କୁ ଡେଟ୍‌ କରିବା ପରେ କିଛି ଦିନ ହେବ ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details