ଓଡିଶା

odisha

ETV Bharat / sitara

ବଲିଉଡରେ ଟେଲି ଷ୍ଟାର କରନଭିର, ଆସିଲା ପ୍ରଥମ ପୋଷ୍ଟର

'ହମେ ତୁମସେ ପ୍ୟାର କିତନା' ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଛୋଟ ପରଦା ଅଭିନେତା କରନଭିର ବୋରା । ଯାହାର ପ୍ରଥମପୋଷ୍ଟର ଜାରି ହୋଇଯାଇଛି ।

By

Published : May 29, 2019, 11:21 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରନଭିର ବୋରା

ମୁମ୍ବାଇ: ଟେଲି ଅଭିନେତା କରନଭିର ବୋରା ଛୋଟ ପରଦାରେ ବେଶ ଲୋକପ୍ରିୟ । ଯିଏ ବଡ ପରଦାରେ ପଦାର୍ପଣ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, କରନ ନିଜ ପ୍ରଡକ୍ସନ ହାଉସର ଆଗାମୀ ଥ୍ରିଲର ଆକ୍ସନ ଫିଲ୍ମ 'ହମେ ତୁମସେ ପ୍ୟାର କିତନା'ରେ ଅଭିନୟ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହାର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି କନରଭିର । ଏହି ଫିଲ୍ମକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ ।

ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର । ରିଲିଜ ହେବା ମାତ୍ରେ ଇଣ୍ଟରନେଟରେ ଭାଇରାଲ ହୋଇଛି ଫିଲ୍ମର ପୋଷ୍ଟର । ଯାହାର ସୂଚନା ଦେଇଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରନଭିର ବୋରା

ସେ ଟ୍ବିଟରରେ ଫିଲ୍ମର ପୋଷ୍ଟର ସେୟାର କରି ଷ୍ଟାର-କାଷ୍ଟ ଏବଂ ଫିଲ୍ମ ଟିମର ନାମ ଘୋଷଣା କରିଛନ୍ତି । ଫିଲ୍ମରେ କରନଭିରଙ୍କ ସହ ୱେବ ଅଭିନେତ୍ରୀ ପ୍ରିୟା ବାନାର୍ଜୀ, ସମୀର କୋଚର ଓ ମହେଶ ବଲରାଜ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସେହିପରି ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ବ ଲଲିତ ମୋହନ ତୁଲାଇଥିବାବେଳେ ପ୍ରଯୋଜନା କାର୍ଯ୍ୟ ସମ୍ଭାଳିଛନ୍ତି ମହେନ୍ଦ୍ର ବୋରା । ଫିଲ୍ମଟି ଆସନ୍ତା ବର୍ଷ ଜୁନ 28ରେ ରିଲିଜ ହେବାର ଯୋଜନା କରାଯାଇଛି ।

ପ୍ରକାଶ ଥାଉକି ନିକଟରେ କରନଭିର ଛୋଟ ପରଦାର ପପୁଲାର ଶୋ 'ନାଗିନୀ-3'ର ଫାଇନାଲ ଏପିସୋଡର ସୁଟିଂ ଶେଷ କରିଛନ୍ତି । ଯାହା ଖୁବ୍ ଶୀଘ୍ର ଅନ-ଏୟାର ହେବାକୁ ଯାଉଛି ।

ABOUT THE AUTHOR

...view details