ଓଡିଶା

odisha

ETV Bharat / sitara

200 କୋଟି କ୍ଲବରେ ତାନାଜୀ, ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ଅଜୟ

ଦମଦାର କାହାଣୀ ଏବଂ ଶାନଦାର ଅଭିନୟ ପାଇଁ ଆଜି 200 କୋଟି କ୍ଲବରେ ସାମିଲ ହୋଇଛି ଅଜୟ ଦେବଗନଙ୍କ ଅଭିନୀତ ‘ତାନାଜୀ’ । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ।

By

Published : Jan 25, 2020, 6:13 PM IST

_tanhaji the unsung warrior
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନଙ୍କ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ର ଜବରଦସ୍ତ କଲେକ୍ସନ ଏଯାବତ ବକ୍ସ ଅଫିସରେ ଦେଖିବାକୁ ମିଳୁଛି। ଫିଲ୍ମ ଶାନଦାର ଆୟ କରିବା ସହ 200 କୋଟି କ୍ଲବରେ ସାମିଲ ହୋଇଛି। ଯାହାକୁ ନେଇ ଉତ୍ସାହିତ ଷ୍ଟାରକାଷ୍ଟ। ଏହାର ସୂଚନା ଦର୍ଶକଙ୍କୁ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି ।

ତାଙ୍କ ରିପୋର୍ଟ ଅନୁଯାୟୀ ଫିଲ୍ମ 200 କୋଟି କ୍ଲବରେ ସାମିଲ ହୋଇସାରିଛି। ଫିଲ୍ମ 200 କୋଟି ଆୟ କରିବା ପରେ ଅଜୟ ମଧ୍ୟ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି। ଅଜୟ ଟ୍ବିଟ କରି ଲେଖିଛନ୍ତି, ‘ଆପଣଙ୍କ ସ୍ନେହ ସହ ଆମେ ଏହା କରିବାରେ ସଫଳ ହେଉଛୁ। ତାନାଜୀ ଦ ଅନସଙ୍ଗ ୱାରିୟର’ 2020ର ବ୍ଲକବଷ୍ଟର ଫିଲ୍ମ ସାଜିଛି।’

ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ପ୍ରକାଶ ଥାଉକି ଜାନୁଆରୀ 10ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଓମ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଛତ୍ରପତି ଶିବାଜୀଙ୍କ ସେନା ତାନାଜୀ ମାଲୁସରେଙ୍କ ବୀରତ୍ବ କାହାଣୀକୁ ନେଇ ଆଧାରିତ । ‘ତାନାଜୀ’କୁ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି।

ଫିଲ୍ମରେ ଅଜୟଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲ ନଜର ଆସିଥିଲେ । ଦୀର୍ଘ ସମୟ ପରେ ଏହି ଯୋଡି ପୁଣି ଏକାଠି ପରଦାରେ ଅଭିନୟ କରି ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ସେହିପରି ଫିଲ୍ମରେ ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଦମଦାର ଖଳନାୟକ ଭୂମିକା ଦେଖିବାକୁ ମିଳିଛି।

ABOUT THE AUTHOR

...view details