ହାଇଦ୍ରାବାଦ:ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବବଲି ବାଉନ୍ସର୍' ସୁଟିଂ ଆରମ୍ଭ ହୋଇଛି। ଅନେକ ଦିନ ଧରି ଏହି ଚଳଚ୍ଚିତ୍ରକି ନେଇ ଖବର ଆସିଥିଲା, କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ତମନ୍ନା ଏବଂ ମଧୁର ଭଣ୍ଡାରକରଙ୍କ ଯୋଡି ଏକ ପ୍ରୋଜେକ୍ଟରେ ଏକାଠି କାମ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସାଉଥ୍ ଫିଲ୍ମରୁ ବଲିଉଡ୍ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ମୁଖ୍ୟ ଚରିତ୍ରରେ ନଜର ଆସିବେ । ତେବେ ଦୀର୍ଘ ଦିନ ପରେ ବଲିଉଡ ଫିଲ୍ମରେ ତମନ୍ନାଙ୍କୁ ଦେଖିବାକୁ ମିଳିବ ।
ଜଙ୍ଗଲି ପିକ୍ଚର୍ସ ମଧୁର ଭଣ୍ଡାରକର ଏବଂ ତମନ୍ନା ଭାଟିଆଙ୍କ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଫିଲ୍ମ 'ବବଲି ବାଉନ୍ସର୍'ର ସୁଟିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, ବଞ୍ଚିକି ରହିବେ ଭାଇ ଓ ଭଉଣୀମାନେ… ଆସୁଛି ବବଲି ବାଉନ୍ସର୍ !