ଓଡିଶା

odisha

ETV Bharat / sitara

ସମସ୍ତଙ୍କ ଗେମ ଓଭର କରିବେ ତାପସୀ ପନ୍ନୁ

ତାପସୀଙ୍କ ଆଗାମୀ ଫିଲ୍ମ 'ଗେମ ଓଭର'ର ଟ୍ରେଲର ତିନୋଟି ଭାଷାରେ ରିଲିଜ ହେବ । ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଏହି ଫିଲ୍ମର ଟ୍ରେଲର ।

By

Published : May 29, 2019, 6:23 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ବି-ଟାଉନର ଅଫବିଟ ଗାର୍ଲ ତାପସୀ ପନ୍ନୁଙ୍କ ଥ୍ରିଲର, ହରର ଫିଲ୍ମ 'ଗେମ ଓଭର' ଟ୍ରେଲର ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହାର ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଯାଇଛି । ସୋସିଆଲ ମିଡିଆରେ ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି ତାପସୀ । ସେ ଏକ ପୋଷ୍ଟର ସେୟାର କରି ସେଥିରେ ମୋଶନ କରିଛନ୍ତି କି ଫିଲ୍ମଟି ମେ 30 ଏବଂ 1 ଘଣ୍ଟିକା ସମୟରେ ରିଲିଜ ହେବ ।

ଫିଲ୍ମର ଟ୍ରେଲର ତିନୋଟି ଭାଷା ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ କରାଯିବ । ତାପସୀ ହିନ୍ଦୀରେ ଓ ରାଣା ଦୁଗ୍ଗୁବତୀଙ୍କ ବ୍ୟତୀତ ଅଭିନେତା ଧନୁଷ ବାକି ଦୁଇ ଭାଷାରେ ଟ୍ରେଲର ରିଲିଜ କରିବେ ।

କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ କରାଯାଇଥିଲା । ଟିଜରରେ ତାପସୀ ହ୍ବିଲ ଚେୟାରରେ ନଜର ଆସିଥିଲେ । 1 ମିନିଟ 25 ସେକେଣ୍ଡର ଏହି ଭିଡିଓରେ ଅଧିକାଂଶ ଦୃଶ୍ୟ ଏକ ଘର ଭିତରର ଦେଖିବାକୁ ମିଳିଥିଲା । ଟିଜରରେ ଖୁବ୍ ଭୟାନକ କାହାଣୀକୁ ପର୍ଯ୍ୟବେଷିତ କରାଯାଇଥିଲା । ସେହିପଟେ ଟ୍ରେଲରଟି ମଧ୍ୟ ଖୁବ୍ ଆକର୍ଷଣୀୟ ହେବ ବୋଲି ଆଶା କରିଛନ୍ତି ଦର୍ଶକ ।

ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଅଶ୍ବିନ ସରୱାନନ । ଅନ୍ୟପଟେ ୱାୟ ନଟ ଷ୍ଟୁଡିଓ, ରିଲାଆନ୍ସ ଏଣ୍ଟରଟେନମେଣ୍ଟ ସହ ମିଶି 'ଗେମ ଓଭର'ର ପ୍ରଯୋଜନା କରିଛି ।

For All Latest Updates

ABOUT THE AUTHOR

...view details